
ନୟାଗଡ଼ : ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ବାହାଡାଝୋଲା ପ୍ରାଥମିକ କୃଷି ସମବାୟ ସମିତିରେ ପ୍ୟାକ୍ସ ପରିଚାଳନା ପରିଷଦର ତାଲାବନ୍ଦ ଆନ୍ଦୋଳନ ସହ ଧାରଣା ଦ୍ଵିତୀୟ ଦିନରେ ପହଞ୍ଚିଛି।ବିଶେଷ କରି ସୋସାଇଟି ସମ୍ପାଦକଙ୍କ ମନମାନି ଓ ମନୋମୁଖୀ କାର୍ଯ୍ୟକୁ ବିରୋଧ କରି ଏହି ଆନ୍ଦୋଳନ ଚାଲିଥିବା ଜଣାପଡିଛି।ସମିତିର ସଭାପତି ସହ ପରିଚାଳନା ପରିଷଦ ଦୀର୍ଘ ୧ ବର୍ଷ ତଳେ ଉପନିବନ୍ଧକ ସମବାୟ ସମିତି ସମୂହ ନୟାଗଡ଼ ନିଲମ୍ବନ କରିଥିଲେ। ସମବାୟ ସମିତି ଆଇନ ଅନୁଯାୟୀ ୬ ମାସ ପରେ ପୁନଃ ପରିଚାଳନା ପରିଷଦ କାର୍ଯ୍ୟରେ ଯୋଗଦେବା ପାଇଁ ସହକାରୀ ନିବନ୍ଧକ ସଂପାଦକ ଓ ପରିଚାଳନା ପରିଷଦଙ୍କୁ ଚିଠି କରିଥିଲେ।ସମିତିର ସଂପାଦକଙ୍କୁ ବୈଠକ ଡାକିବା ପାଇଁ ପରିଚାଳନା ପରିଷଦ ଓ ନୟାଗଡ଼ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ନିର୍ଦେଶ ଦେଇଥିଲେ ମଧ୍ୟ ସମିତି ସଂପାଦକ ବୈଠକ ଡାକିବା ଦୂରର କଥା ଖାତିର ବି କରୁନାହାଁନ୍ତି।ଦୀର୍ଘ ୧ ବର୍ଷ ଧରି ସମିତି ସଂପାଦକ ଓ ପ୍ରଶାସନିକ ଅଧିକାରୀ ମିଶି ଯେଉଁ ଦୁର୍ନୀତି କରିଛନ୍ତି କାଳେ ଧରାପଡିଯିବ ସେ ନେଇ ସେ ସହଯୋଗ କରୁନାହାନ୍ତି। ବୈଠକ ଡାକିବା ଓ ସେ ଦୁର୍ନୀତି ସବୁର ତଦନ୍ତ,ଓ ସଂପାଦକ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗତକାଲି ଠାରୁ ପରିଚାଳନା ପରିଷଦ ଧାରଣା ଦେଇଛନ୍ତି।