
ନୂଆଦିଲ୍ଲୀ: ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ ହୋଇପଡିଛନ୍ତି। ଗତ ରାତିରେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ଧର୍ମେନ୍ଦ୍ରଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଧର୍ମେନ୍ଦ୍ରଙ୍କୁ ଏବେ ୮୯ ବର୍ଷ। ଚଳିତବର୍ଷ ଆରମ୍ଭରେ ତାଙ୍କ ଆଖି ସର୍ଜରୀ ହୋଇଥିଲା । ହସ୍ପିଟାଲରୁ ବାହାରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ରେ ଏବଂ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।