ବାସନ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

add-all

ନୂଆଦିଲ୍ଲୀ: ଦିଲ୍ଲୀ ବଜିରପୁର ଶିଳ୍ପାଞ୍ଚଳରେ ଶନିବାର ଏକ ବାସନ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଦମକଳ ବାହିନୀର ୯ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ବିହାର ଥାନା ଅଞ୍ଚଳରେ ଥିବା ଏହି କାରଖାନାରେ ଷ୍ଟିଲ୍ ଆଲୁମିନିୟମ୍ ବାସନ କୁସନ ପ୍ରସ୍ତୁତ ହୁଏ। ସ୍ଥାନୀୟଲୋକଙ୍କ ଅନୁସାରେ ଅଚାନକ କାରଖାନାରୁ ଧୁଆଁ ବାହାରୁଥିବା ନଜର ଆସିଥିଲା। ତୁରନ୍ତ ଦମକଳ ବିଭାଗକୁ ସୂଚନା ଦିଆଯାଇଥିଲା। ତେବେ ଧୀରେ ଧୀରେ ନିଆଁର ପ୍ରକୋପ ବଢିବାରେ ଲାଗିଥିଲା। ନିଆଁର ଭୟାବହତା ଏତେ ଅଧିକ ଥିଲା ଯେ କାରଖାନାର ଛାତର ଏକ ଅଂଶ ସମ୍ପୂର୍ଣ୍ଣ ଜଳି ଖସିପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଖପାଖ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲା। କାରଖାନାର କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ।

ad-week
Leave A Reply

Your email address will not be published.