
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ କୋଷାଗାର କାର୍ଯ୍ୟାଳୟ ପରିସରରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ର ରେ ସହାୟତା କେନ୍ଦ୍ର ରେ କାର୍ଯ୍ୟ ଆରମ୍ଭ ହୋଇଛି l ଉପ କୋଷାଗାର ଅଧିକାରୀ ସୁଧାକର କହଁର, ପ୍ରଭାତ ନାୟକ, ବନିତା ବେହେରା, ମିନତି କୁମାର ମିଶ୍ର, ମୋ ସେବା କେନ୍ଦ୍ର ର ଜିଲ୍ଲା ପରିଚାଳକ ତୁଷାରକାନ୍ତ ପ୍ରଧାନ, ଅଫିସ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l ଏଥିରେ ବାଲିଗୁଡା ଅଞ୍ଚଳ ର ବହୁ ପେନସନ ଉପଭୋକ୍ତା ନିଜର ଆଧାର କାର୍ଡ, ପେନସନ ବହି, ବ୍ୟାଙ୍କ ପାସ ବୁକ ଏବଂ ମୋବଇଲ ନମ୍ବର ସଂଯୋଗ କରି ବିନା ଶୁକ୍ଳରେ ସେମାନଙ୍କ ଜୀବନ ପ୍ରମାଣପତ୍ର ହାତପାଆନ୍ତରେ ପାଇଥିଲେ l ମୋ ସେବା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କ ଘର କୁ ଯାଇ ସେବା ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ୍ୟ ଅଛି l ରାଜ୍ୟ ସରକାର ଙ୍କ ଏହି ଯୋଜନା କୁ ପେନସନ ଉପଭୋକ୍ତା ମାନେ କୃତଜ୍ଞତା ଜଣାଇଛନ୍ତି l