ଦଳାଚକଟା ପରେ ଶ୍ରୀକାକୁଲମ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ମନା

youtube

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ କାଶୀବୁଗାରେ ଥିବା ଶ୍ରୀ ଭେଙ୍କଟେଶ୍ବର ମନ୍ଦିରରେ ଦଳାଚକଟା ଘଟଣାରେ ୧୦ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି । ଘଟଣା ପରେ ପୋଲିସ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ନେଇ ପ୍ରତିବନ୍ଧକ ଲଗାଇଛି । ଘଟଣାରେ ଅନେକ ଶ୍ରଦ୍ଧାଳୁଙ୍କ ହାଡ଼ ଭାଙ୍ଗିଥିବା ବେଳେ ଅନେକଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହେବା କାରଣରୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ମନ୍ଦିରର ଏକମାତ୍ର ଦ୍ବାର ବନ୍ଦ ଥିଲା, ଯେଉଁ ଶ୍ରଦ୍ଧାଳୁ ପ୍ରଥମେ ଦର୍ଶନ କରିବା ପାଇଁ ଭିତରକୁ ଯାଇଥିଲେ, ସେମାନେ ଗ୍ରୀଲ ଭାଙ୍ଗିବା କାରଣରୁ ସିଢି ତଳେ ଅପେକ୍ଷା କରିଥିବା ଲୋକଙ୍କ ଉପରେ ଖସିପଡିଥିଲେ । ଫଳରେ ବଡ଼ ଅଘଟଣ ଘଟିଥିଲା । ଶ୍ରୀକାକୁଲମ ଜିଲ୍ଲାର ପୋଲିସ ଅଧିକ୍ଷକ କେ ବି ମହେଶ୍ବର ରେଡ୍ଡୀ କହିଛନ୍ତି, ଆମେ ଏଭଳି ସ୍ଥିତି ଦେଖି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶରେ ପ୍ରତିବନ୍ଧକ ଲଗାଯାଇଛି ।

ସେ ଆହୁରି କହିଛନ୍ତି, ମନ୍ଦିରର ଆୟୋଜକ କାର୍ଯ୍ୟକ୍ରମ ପୂର୍ବରୁ ପୋଲିସ ସୁରକ୍ଷା ପାଇଁ ଆବେଦନ କରିନଥିଲେ । ମନ୍ଦିର କିମ୍ବା ଧାର୍ମିକ ସଂସ୍ଥାରେ ଭିଡ଼ ପ୍ରବନ୍ଧନ ପାଇଁ ପୋଲିସକୁ ପୂର୍ବରୁ ସୂଚନା ଦେବା ଉଚିତ ଥିଲା । କିନ୍ତୁ ମନ୍ଦିର ପ୍ରଶାସନ ସେମିତି କିଛି କରିନଥିଲା । ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ଏକ ସ୍ବଚାଳିତ ମନ୍ଦିର । ତେଣୁ ଏଠାରେ ଏତେମାତ୍ରାରେ ଭିଡ଼ ପାଇଁ ପ୍ରଶାସନ କିଛି ଜାଣିନଥିଲା ।

କାର୍ତ୍ତିକ ମାସ ଏକାଦଶୀ ଥିବାରୁ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମନ୍ଦିର ପାଇଁ ପୋଲିସ ଠାରୁ ଅନୁମତି ନିଆଯାଇନଥିଲା । ଏପରିକି କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା ।

Leave A Reply

Your email address will not be published.