ସୋର କୋର୍ଟରୁ ଚୋରି

add-all

ସୋର : ବାଲେଶ୍ୱର ଜିଲ୍ଲା ସୋର କୋର୍ଟରୁ ବିଳମ୍ବିତ ରାତିରେ ଚୋରି । ସୋର ଜେଏମ୍‌ଏଫସି ସିଭିଲ କୋର୍ଟର ମାଲଖାନାରେ ଗୁରୁତ୍ୱପୂର୍ଣ୍ଣ ଜିନିଷ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ କୋର୍ଟ ରୁମ ଖୋଲାଥିବା ୱାଚ ମ୍ୟାନ ଦେଖିବାକୁ ପାଇଥିଲେ। ପରେ ସୋର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ସୋର ପୁଲିସ୍‌, ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତନାଘନା ଚଳାଇଛନ୍ତି। ଚୋରମାନେ କୋର୍ଟର ପଛପଟେ ପଶି ଏପରି କାଣ୍ଡ ଘଟାଇଛନ୍ତି। ମାଲଖାନାରୁ କିଛି ଗୁରୁତ୍ୱପୂର୍ଣ୍ଣ ଜବତ ସୁନା ଅଳଙ୍କାର, ବନ୍ଧୁକ , ମାରଣାସ୍ତ୍ର ଓ ବ୍ରାଉନ ସୁଗାର ଚୋରି ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଚୋରମାନେ ଚୋରି ସମୟର ପ୍ରମାଣ ନଷ୍ଟ ପାଇଁ ସିସିଟିଭି ନଷ୍ଟ କରିଦେଇଛନ୍ତି। ସିସି କ୍ୟାମେରାରେ ଦୁଇ ଜଣ ଚୋର ହେଲମେଟ ପିନ୍ଧି କୋର୍ଟ ମାଲଖାନାରେ ପଶିଥିବା ସୋର କୋର୍ଟର ଓକିଲ କାହ୍ନୁ ବେହେରା ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.