ଦୁର୍ଘଟଣାରେ ଛାତ୍ର ମୃତ: କ୍ଷତିପୂରଣ ଦାବିରେ ଉତ୍ତେଜନା

add-all

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଔପଦା ଥାନା ବଧି ଗାଁରେ ଇଟା ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଔପଦା ଥାନା ବଧି ଗାଁର ଅମୁଲ୍ୟ ଜେନାଙ୍କ ପୁଅ ବିଶ୍ଵରଞ୍ଜନ ଏବଂ ଭରତ କୁମାର ଦାସ ଏକ ସ୍କୁଟି ରେ ବଡ଼ ପୋଖରୀ ବଜାର କୁ ଯାଉଥିବା ବେଳେ ବଡ଼ପୋଖରୀ-ବଧି ରାସ୍ତାର ଜୟୀନାରାୟଣପୁର ଶାସନ ନିକଟରେ ଇଟା ବୋଝେଇ ଟ୍ରାକ୍ଟର ଧକ୍କା ଦେଇଥିଲା। ଫଳରେ ଦଶମ ଶ୍ରେଣୀ ଛାତ୍ର ବିଶ୍ୱ ରଞ୍ଜନ ଜେନା ଙ୍କର ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କ୍ଷତି ପୂରଣ ଦାବିରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗିରହିଥିବାବେଳେ ଔପଦା ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ad-week
Leave A Reply

Your email address will not be published.