ବସ୍-ଟ୍ରକ ମୁହାଁମୁହିଁ, ୧୬ ମୃତ ଓ ୧୦ ଆହତ

youtube

ତେଲଙ୍ଗାନା : ତେଲଙ୍ଗାନାର ରଙ୍ଗାରେଡ୍ଡୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କାରେ ୧୬ ମୃତ ଓ ୧୦ ଆହତ ହୋଇଛନ୍ତି । ରଙ୍ଗାରେଡ୍ଡୀ ଜିଲ୍ଲା ମିର୍ଜାଗୁଡ଼ା ନିକଟରେ ବସ୍ ଟ୍ରକ ଧକ୍କା ହୋଇଥିବା ଜଣାପଡିଛି । ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଦୁର୍ଘଟଣା ଚେୱଲ୍ଲା ମଣ୍ଡଳ ଖାନପୁର ଗେଟ୍ ନିକଟରେ ହୋଇଛି । ଏକ ଦ୍ରୁତ ଗତିରେ ଟ୍ରକ ସାଇଡରୁ ଆସି ଟିଜିଆରଟିସି ଯାତ୍ରୀବାହୀ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯାତ୍ରୀଙ୍କ ଘଟଣା ସ୍ଥଳରେ ଜୀବନ ଚାଲିଯାଇଛି, ଅନ୍ୟ ଯାତ୍ରୀ ଗୁରୁତର ରହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆରଟିସି ବସ୍‌ଟି ତନ୍ଦୁରରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲା ଏବଂ ଏଥିରେ ପ୍ରାୟ ୭୦ ଜଣ ଯାତ୍ରୀ ଥିଲେ। ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ପିଲା ଏବଂ ଅଫିସ ଯାଉଥିବା ଲୋକ ଥିଲେ ।

ପରିବହନ ମନ୍ତ୍ରୀ ପୋନ୍ନମ ପ୍ରଭାକର ଯାତ୍ରୀଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି । ସେ ଅଧିକାରୀଙ୍କୁ ତତ୍କାଳ ଉଦ୍ଧାର କାର୍ଯ୍ୟ କରିବା ଏବଂ ଆହତଙ୍କୁ ଚିକିତ୍ସା ପାଇଁ ସମସ୍ତ ସୁବିଧା ଦେବାକୁ କହିଛନ୍ତି । ଦୁର୍ଘଟଣା ବିଷୟରେ ଯାଂଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ୍ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡିନାହିଁ।

Leave A Reply

Your email address will not be published.