ICAI CA ପରୀକ୍ଷା ଫଳ ପ୍ରକାଶିତ, ମୁକୁନ୍ଦ ଅଗ୍ରିୱାଲ ଟପ୍ପର

youtube

ନୂଆଦିଲ୍ଲୀ : ଇନିଷ୍ଟିଟ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଟସ ଅଫ ଇଣ୍ଡିଆ (ICAI) ତରଫରୁ ପରୀକ୍ଷାଫଳ ଘୋଷଣା ହୋଇଛି । ୩ ନଭେମ୍ବର ସିଏ ସେପ୍ଟେମ୍ବର ୨୦୨୫ ଫାଉଣ୍ଡେସନ, ଇଣ୍ଟିରମିଡିଏଟ ଓ ଫାଇନାଲ ପରୀକ୍ଷା ଫଳାଫଳ ଘୋଷଣା କରିଛି । ଏହି ପରୀକ୍ଷା ଫଳାଫଳ ନିର୍ଦ୍ଧାରିତ ସମୟ ପୂର୍ବରୁ ଘୋଷଣା ହୋଇଛି ।

ଏମିତି କରନ୍ତୁ ଚେକ୍ :

ପରୀକ୍ଷାର୍ଥୀ ଅଧିକାରୀକ ୱେବସାଇଟରେ ସେମାନଙ୍କ ସ୍କୋର କାର୍ଡ ଦେଖି ପାରିବେ ।
ପରୀକ୍ଷା ଫଳ ଦେଖିବା ପାଇଁ ପରୀକ୍ଷାର୍ଥୀ ତାଙ୍କ ୬ ଅଙ୍କର ରୋଲ ନମ୍ବର ଦେଇ ଫଳାଫଳ ଜାଣି ପାରିବେ ।
ଏହାପରେ ନିଜର ଫଳାଫଳ ଡାଉନଲୋଡ କରିବା ପରେ ଏକ ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।

ଚଳିତବର୍ଷ ସାରା ଦେଶରେ ୨.୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସିଏ ଫାଉଣ୍ଡେସନ, ଇଣ୍ଟରମିଡିଏଟ ଓ ଫାଇନାଲ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୧୧,୪୬୬ ଜଣ ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି । ଗ୍ରୁପ-୧ରେ ଉତୀର୍ଣ୍ଣ ହାର ୨୪.୬୬% ହୋଇଥିବା ବେଳେ ଗ୍ରୁପ-୨ରେ ୨୫.୨୬ ଓ ଉଭୟ ଗ୍ରୁପରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପ୍ରତିଶତ ୧୬.୨୩% ରହିଛି । ଏଥିରେ ମୁକୁନ୍ଦ ଅଗ୍ରିୱାଲ ଟପ୍ପର ହୋଇଛନ୍ତି । ତେଜସ ମୁନ୍ଦାଦା ଦ୍ବିତୀୟ ଏବଂ କବୁଲ ଗୁପ୍ତା ୩ୟ ସ୍ଥାନ ଅଧିକାର କରିଛନ୍ତି ।

Leave A Reply

Your email address will not be published.