ଦେଶର ସଂସ୍କୃତିକୁ ଅପମାନିତ କରୁଛନ୍ତି କଂଗ୍ରେସ ଓ ଆରଜେଡି:ମୋଦୀ

add-all

ପାଟନା: କଂଗ୍ରେସ ଓ ଆରଜେଡି ଦେଶର ସଂସ୍କୃତି ଓ ପରମ୍ପରାକୁ ଅପମାନିତ କରୁଥିବାବେଳେ ବିଦେଶୀ ସଂସ୍କୃତିକୁ ଆପଣାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି। ସୋମବାର ବିହାରର ସହର୍ସାରେ ନିର୍ବାଚନ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଓ ଆରଜେଡି ‘ଛଟ ପର୍ବ’କୁ ଏକ ନାଟକ ବୋଲି କହି ସମାଲୋଚନା କରିଛନ୍ତି। ଅନ୍ୟପଟେ ସେମାନେ ବିଦେଶୀ ପର୍ବକୁ ଆପଣାଉଛନ୍ତି। କାରଣ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ତାଙ୍କ ନାତି ନାତୁଣୀଙ୍କ ସହିତ ହାଲୋଉଇନ୍‌ ପର୍ବ ପାଳନ କରୁଛନ୍ତି।

ହାଲୋଉଇନ ପର୍ବ ପାଇଁ ଲାଲୁ ନିଜ ସମର୍ଥକଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ କଂଗ୍ରେସ ଓ ଆରଜେଡି ନେତାମାନେ ବିଦେଶ ଭ୍ରମଣ କରୁଥିବାବେଳେ ଅଯୋଧ୍ୟାର ରାମ ମନ୍ଦିର ପରିଦର୍ଶନ କରିବାକୁ ସମୟ ପାଉ ନାହାନ୍ତି। ସେମାନେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ନିମନ୍ତ୍ରଣକୁ ବର୍ଜନ କରିଥିଲେ। ମନ୍ଦିର ପ୍ରତିଷ୍ଠା ପରେ ସେମାନେ ଏଠାକୁ କେବେହେଲେ ଯିବାକୁ ଉଚିତ୍ ମଣି ନାହାନ୍ତି। ସେହିପରି ପ୍ରୟାଗରାଜରେ ଅନୁଷ୍ଠିତ ମହା କୁମ୍ଭମେଳାକୁ ଲାଲୁ ପ୍ରସାଦ ‘ଫାଲତୁ’ ବୋଲି କହି ସମାଲୋଚନା କରିଥିଲେ। କୋଟି କୋଟି ହିନ୍ଦୁ ମହାକୁମ୍ଭରେ ବୁଡ ପକାଇ ପୁଣ୍ୟ ଅର୍ଜନ କରିବାକୁ ଆଗଭର ହେଉଥିବାବେଳେ ଲାଲୁ ଏହାକୁ ମୂଲ୍ୟହୀନ (ଫାଲତୁ) ବୋଲି କହିଥିଲେ। ବିହାର ନିର୍ବାଚନ ପାଇଁ ମହାମେଣ୍ଟ ପକ୍ଷରୁ ଲଗାଯାଇଥିବା ପୋଷ୍ଟରରେ ଲାଲୁଙ୍କ ଫଟୋ ନଥିବା ଦେଖି ମୋଦୀ ଏହାକୁ ସମାଲୋଚନା କରିଛନ୍ତି। ବିହାରରେ ଜଙ୍ଗଲ ରାଜ ଶାସନର ପ୍ରତିଷ୍ଠା କରିଥିବା ଲାଲୁଙ୍କ ଫଟୋ କାହିଁକି ପୋଷ୍ଟରରେ ନାହିଁ ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ସେହିପରି ନିର୍ବାଚନ ପ୍ରଚାର ବେଳେ ତେଜସ୍ବୀ ଯାଦବ ତାଙ୍କ ପିତାଙ୍କ ନାମ ନେବାକୁ ଉଚିତ୍ ମନେ କରୁ ନାହାନ୍ତି।

ad-week
Leave A Reply

Your email address will not be published.