ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଜାଲ ଜାତିଗତ ପ୍ରମାଣ ପତ୍ରର ଅଭିଯୋଗ ଆଣିଲା ବହୁଜନ ସମାଜବାଦୀ ପାର୍ଟି…

ମାଲକାନଗିରି : ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ।ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ସାଜିଛନ୍ତି ଆଦିବାସୀ ନେତ୍ରୀ। ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏମିତି ସାଙ୍ଘାତିକ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ଯେଉଁଠି ସମାରି ଟାଙ୍ଗୁଲଙ୍କ ବାପାଙ୍କ ଜମି ପଟ୍ଟାରେ ସାଧାରଣ ବର୍ଗ ଦର୍ଶାଯାଇଥିବା ବେଳେ କିପରି ଜଣେ ଅଣ ଆଦିବାସୀ ମହିଳା ଆଦିବାସୀ ପ୍ରମାଣପତ୍ର ପାଇଲେ। ତାଙ୍କୁ ଏହି ଜାଲ ଜାତିଗତ ପ୍ରମାଣ ଦେଲା କିଏ ? ସେ ଖୋଦ ଜାଲ ଜାତିଗତ ପ୍ରମାଣ ପତ୍ର ଦାଖଲ କରି ସମ୍ବିଧାନର ଶପଥ ନେଇ ଏକ ସାମ୍ବିଧାନିକ ପଦବୀରେ ଦୀର୍ଘ ବର୍ଷ ଧରି ରହିଛନ୍ତି । ଏହିଭଳି ପୂର୍ବରୁ ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଅନେକ ଅଣ ଆଦିବାସୀ ବ୍ୟକ୍ତି ବିଭିନ୍ନ ସରକାରୀ ପଦବୀ ଏବଂ ରାଜନୈତିକ ପଦ ପଦବୀ ହାତେଇ ଥିବା ନଜୀର ରହିଛି।ଯାହା ସମ୍ପୂର୍ଣ୍ଣ ବେଆଇନ ଏଣୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ମାଲକାନଗିରି ବହୁଜନ ସମାଜ ପାର୍ଟି ।

ad-week
Leave A Reply

Your email address will not be published.