
ମିର୍ଜାପୁର : ଭୁଲ ପାର୍ଶ୍ୱରେ ରେଳଗାଡ଼ିରୁ ଓହ୍ଲାଇ ଚାଲିଗଲା ୪ ଜଣଙ୍କ ଜୀବନ । ଆଜି ସକାଳେ ଉତ୍ତର ପ୍ରଦେଶର ମିର୍ଜାପୁରରେ ରେଳଗାଡ଼ି ଚଢ଼ି ଚାରିଜଣଙ୍କ ଜୀବନ ଚାଲିଯାଇଛି । ଚୁନାର ରେଳ ଷ୍ଟେସନ୍ରେ ସକାଳ ପ୍ରାୟ ୯:୩୦ ସମୟରେ ଚୋପନ-ପ୍ରୟାଗରାଜ ଏକ୍ସପ୍ରେସ୍ ୪ନଂ ପ୍ଲାଟଫର୍ମରେ ପହଞ୍ଚିଥିଲା । ଏହି ରେଳଗାଡ଼ିରେ ଆସୁଥିବା କିଛି ଯାତ୍ରୀ ସର୍ଟକର୍ଟ ନେବାକୁ ଫୁଟ୍ ଓଭରବ୍ରିଜ୍ରେ ନଯାଇ ପ୍ଳାଟ୍ଫର୍ମର ବିପରୀତ ପାର୍ଶ୍ଵରେ ଥିବା ଧାରଣାରେ ଓଲ୍ହାଇଥିଲେ । ସେହି ଧାରଣାରେ ଦ୍ରୁତ ଗତିରେ ଆସୁଥିବା କାଲକା-ହାୱଡ଼ା ଏକ୍ସପ୍ରେସ୍ ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ରେଳ ବିଭାଗ ସୂଚନା ଦେଇଛନ୍ତି । ରେଳ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୀଡିତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଏବଂ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।