୯ ରାଜ୍ୟ, ୩ କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍‌ଆଇଆର ଆରମ୍ଭ

youtube

ନୂଆଦିଲ୍ଲୀ: ଦେଶର ୯ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ମଙ୍ଗଳବାର ଠାରୁ ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ (ଏସ୍‌ଆଇଆର) ଆରମ୍ଭ ହୋଇଛି। ବିହାରରେ ସଫଳତାର ସହ ଏସ୍‌ଆଇଆର ଶେଷ ହେବା ପରେ ଏହା ହେଉଛି ଦେଶର ଦ୍ବିତୀୟ ଏସ୍‌ଆଇଆର ପ୍ରକ୍ରିୟା। ଭାରତୀୟ ସମ୍ବିଧାନର ଧାରା ୩୨୪, ଜନପ୍ରତିନିଧି ଆଇନ- ୧୯୫୦ର ଅନୁଚ୍ଛେଦ ୨୧ ଓ ଭୋଟର ପଞ୍ଜୀକରଣ ଅଧିନିୟମ ୧୯୬୦ରେ ପ୍ରଦତ୍ତ କ୍ଷମତା ବଳରେ ଭାରତର ନିର୍ବାଚନ ଆୟୋଗ (ଆଇଇସି) ଏହି ଏସ୍‌ଆଇଆର ପାଇଁ ନିର୍ଦେଶ ଦେଇଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ୯ଟି ରାଜ୍ୟ। ଆଣ୍ଡାମାନ ଓ ନିକୋବର, ଲାକ୍ଷାଦ୍ୱୀପ ଏବଂ ପୁଡୁଚେରୀ ଭଳି ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍‌ଆଇଆର ପ୍ରକ୍ରିୟା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୨୧ ଜିଲା ଅନ୍ତର୍ଗତ ୧,୮୪୩ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାୟ ୫୧ କୋଟି ଭୋଟରଙ୍କୁ ସାମିଲ କରାଯିବ।

ଏସ୍‌ଆଇଆର କରାଯାଉଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ୨୭ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଭୋଟର ତାଲିକାରେ ଥିବା ପ୍ରତ୍ୟେକ ଭୋଟରଙ୍କୁ ଏକ ପରିଗଣନା ଫର୍ମ (ଇଏଫ୍‌) ଉପଲବ୍ଧ କରାଯିବ ଯାହା ଆଂଶିକ ଭାବରେ ପୂର୍ବରୁ ପୂରଣ ହୋଇଥିବ। ଏହି ଫର୍ମ ବଣ୍ଟନ ଆରମ୍ଭ ହୋଇସାରିଛି ଏବଂ ଫର୍ମର ଶତପ୍ରତିଶତ ମୁଦ୍ରଣ ଶେଷ ହୋଇଛି। ଏସଆଇଆର ପ୍ରକ୍ରିୟାକୁ ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ ୫.୩ ଲକ୍ଷରୁ ଊର୍ଦ୍ଧ୍ୱ ବୁଥସ୍ତରୀୟ ଅଧିକାରୀ, ୭.୬୪ ଲକ୍ଷ ବୁଥ୍ ସ୍ତରୀୟ ପ୍ରତିନିଧି, ୧୦,୪୪୮ ଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ), ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଏଇଆରଓ) ଏବଂ ୩୨୧ ଜଣ ଜିଲା ନିର୍ବାଚନ ଅଧିକାରୀ (ଡିଇଓ)ଙ୍କୁ ନିଯୁକ୍ତ କରାଯାଇଛି। ଏସଆଇଆର ସମୟରେ, ବୁଥସ୍ତରୀୟ ଅଧିକାରୀମାନେ ପରିଗଣନା ଫର୍ମ ବଣ୍ଟନ ଏବଂ ସଂଗ୍ରହ ପାଇଁ ଅତି କମରେ ତିନିଥର ଘରରୁ ଘର ପରିଦର୍ଶନ କରିବେ। ଭୋଟରମାନେ ଇସିଆଇନେଟ୍‌ ଆପରେ ‘ବୁକ୍‌ ଏ କଲ୍‌ ୱିଥ୍‌ ବିଏଲଓ’ ର ସୁବିଧା ବ୍ୟବହାର କରି ସମ୍ପୃକ୍ତ ବୁଥସ୍ତରୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରିପାରିବେ। ଏହାସହ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୫୦ ମଧ୍ୟ ବ୍ୟବହାର କରିପାରିବେ।

Leave A Reply

Your email address will not be published.