ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା ସିନ ରି- କ୍ରିଏସନ୍ କଲା ପୋଲିସ…

add-all

ହତ୍ୟା ଘଟଣା ସ୍ଥାନରେ ଡେମୋ ଦେଖାଇଲା ଅଭିଯୁକ୍ତ…

ବ୍ରହ୍ମପୁର : ପୋଲିସ ଦୁଇ ଦିନିଆ ରିମାଣ୍ଡରେ ଆଣିବା ପରେ କୁରୁପତି ଭୂୟାଁ ଏବଂ ଚିଣ୍ଟୁ ପ୍ରଧାନକୁ ହତ୍ୟାକାଣ୍ଡ ଘଟଣା ସ୍ଥଳକୁ ନେଇଥିଲା ପୋଲିସ।ସେଠାରେ ଗତ ମାସ ୬ ତାରିଖରେ ପିତବାସଙ୍କୁ କିଭଳି ଗୁଳି ମାରି ହତ୍ୟା କରିଥିଲା ତାହାର ସବିଶେଷ ତଥ୍ୟ ଦେଇଥିଲା କୁରୁପତି ଏବଂ ଚିଣ୍ଟୁ।ପରେ ପୋଲିସ ଉଭୟ ଅଭିଯୁକ୍ତକୁ ଜେରା ନିମନ୍ତେ ନେଇଥିଲା ପୋଲିସ।ଆଜି ଆଉ*ଆଇନଜୀବୀ ପୀତବାସ ହତ୍ୟା ମାମଲାର ଆଉ ୪ ଅଭିଯୁକ୍ତକୁ ରିମାଣ୍ଡରେ ନେଲା ପୁଲିସ। କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳାଇ, ଚିଣ୍ଟୁ ପ୍ରଧାନ ଓ ଯୋଗୀ ରାଉତକୁ ପୁଲିସ ରିମାଣ୍ଡରେ ନେଇଛି । ବର୍ତ୍ତମାନ ପୁଲିସ ଏହି ହତ୍ୟା ମାମଲାରେ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି । ସମସ୍ତ ଅଭିଯୁକ୍ତକୁ ସମ୍ନାସାମ୍ନି ଜେରା କରୁଥିବା ଜଣା ପଡିଛି। ତେବେ କେଉଁ କାରଣରୁ କାହିଁକି ହତ୍ୟାକାଣ୍ଡ ହୋଇଥିଲା ମୁଖ୍ୟ ଅଭିଯୁକ୍ତ ଠାରୁ ଓଗାଳିବ ପୋଲିସ। ଆଜି ପୋଲିସ ଅଭିଯୁକ୍ତ କୁ ନେଇ ସିନ ରି- କ୍ରିଏସନ୍ କରିଛି l ପୋଲିସ ଘଟଣା କୁ ନେଇ ଅନେକ ଛାନଭିନ କରୁଛି, ପୁଣି ଜଣେ ଆଇନ ଜୀବି ଙ୍କୁ ଉଠାଇଛି ପୋଲିସ ଅନ୍ୟ ପଟେ ପୀତବାସ ପଣ୍ଡା ଙ୍କ ପୁଅ କୁ ମିଳିଛି ହତ୍ୟା ଧମକ ଯାହାକୁ ନେଇ ପୀତବାସ ପଣ୍ଡାଙ୍କ ପୁଅ ଏବଂ ଭାଇ ସ୍ଥାନୀୟ ବିଏନ ପୁର ଥାନାକୁ ଯାଇ ଏକ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି l

ad-week
Leave A Reply

Your email address will not be published.