ବିଶ୍ୱବିଜେତା ମହିଳା କ୍ରିକେଟ ଟିମକୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ

youtube

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱବିଜୟୀ ମହିଳା କ୍ରିକେଟ ଟିମ୍ । ଅଧିନାୟକ ହର୍ମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ ଟିମର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତାଙ୍କ ବାସଭବନରେ ଭେଟିଛନ୍ତି । ବିଶ୍ୱବିଜେତା ଦଳକୁ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଭବିଷ୍ୟତ ଯୋଜନା ନେଇ ଆଲୋଚନା କରିଥିଲେ । ୫୨ ବର୍ଷର ମହିଳା କ୍ରିକେଟ୍ ବିଶ୍ବକପ୍ ଇତିହାସରେ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇ ଇତିହାସ ରଚିଛି ଟିମ ଇଣ୍ଡିଆ ।

୨୦୦୫ ଫାଇନାଲ୍ ରେ ଅଷ୍ଟ୍ରେଲିଆଠାରୁ ଏବଂ ୨୦୧୭ ଫାଇନାଲ୍ ରେ ଇଂଲଣ୍ଡଠାରୁ ହାରି ରନର୍ସଅପ୍ ହୋଇଥିବା ଭାରତୀୟ ଦଳ ତୃତୀୟ ଥର ଫାଇନାଲ୍ ଖେଳି ପ୍ରଥମ ଥର ବିଶ୍ବ ବିଜେତା ହୋଇଛି । ୨୦୨୫ ମହିଳା ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ୫୨ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିୟନ ହୋଇଥିଲା । ତୃତୀୟ ଥର ଫାଇନାଲ ଖେଳି ପ୍ରଥମ ଥର ଟ୍ରଫି ଜିତିବାର ସୌଭାଗ୍ୟ ଅର୍ଜନ କରିଥିଲା ଭାରତୀୟ ମହିଳା କ୍ରିକେଟ ଦଳ ।

Leave A Reply

Your email address will not be published.