ବାଳକୁମାରୀ ଘାଟି ରାସ୍ତା ରେ ସଡ଼କ ଦୃଘଟଣା ଜଣେ ମୃତ ଦୁଇ ଗୁରୁତର…

add-all

ଚିକିଟୀ — ଏହି ବ୍ଲକ ଅନ୍ତର୍ଗତ ଚିକିଟୀ ଫାଣ୍ଡି ଅଧିନସ୍ତ ବାଳକୁମାରୀ ପୀଠରୁ ଦର୍ଶନ ସାରି ଫେରୁଥିବା ବେଳେ ସଡ଼କ ଦୃଘଟଣା ରେ ଜଣେ ମୃତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି l ସୂଚନା ପ୍ରକାରେ ଆଜି ପୂର୍ବାହ୍ନ ରେ ଗୋଳନ୍ଥରା ଥାନା ଅନ୍ତର୍ଗତ କତୁରୁ ନୂଆଗାଁ ର ତିନିଜଣ ଯୁବକ ଶିବଶଙ୍କର ସାହୁ ବୟସ ପ୍ରାୟ (୩୦), ଡିଲେଶ୍ୱର ରେଡି (୨୮) ଓ ସୁରେଶ ଚୌଧୁରୀ (୪୯) ତିନି ଜଣ ସାଙ୍ଗ ମିଶି ବାଇକ ଯୋଗେ ମା ବାଳକୁମାରୀ ପୀଠ କୁ ଦର୍ଶନ କରିବାକୁ ଯାଇଥିଲେ l ସେଠାରେ ପୂଜା ଅର୍ଚ୍ଚନା ସାରି ଫେରିବା ବେଳେ କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗାର୍ଡ ୱାଲ ରେ ପିଟି ହୋଇଯାଇଥିଲେ l ପରେ ପରେ ସେମାନେ ପଡିଯାଇଥିବା ଦେଖି ଅନ୍ୟ ଶ୍ରଦ୍ଧାଳୁ ମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିଟୀ ମେଡିକାଲ ଆଣିଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ସମୟରେ ହିଁ ଡ଼କ୍ଟର ଶିବଶଙ୍କର ସାହୁ ଙ୍କୁ ମୃତ ଘୋଷଣା କରିଥିଲେ l ଅନ୍ୟ ଗୁରୁତର ଆହାତ ହୋଇଥିବା ଦୁଇ ଜଣ ଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲାl ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବାଇକ ଉଦ୍ଧାର କରିବା ସହ ଏକ ମାମଲା ରୁଜୁକରି ଶବ ବ୍ୟବଛେଦ ନିମନ୍ତେ ପଠାଇଥିଲେ l ଘଟଣା ଘଟିବା ପରେ ପରେ ଚିକିଟୀ ବିଜେଡି ବିଧାୟକ ପାର୍ଥୀ ଶ୍ରୀରୁପ୍ ଦେଓ ପହଞ୍ଚି ଶୋକ ପ୍ରକାଶ କରିବା ସହ ଆହତ ମାନଙ୍କୁ ଶୀଘ୍ର ମେଡ଼ିକାଲ ନେବାର ବ୍ୟବସ୍ଥା କରିଥିଲେ।ବ୍ରହ୍ମପୁର ସାଂସଦ ପ୍ରତିନିଧି ମିନା ଦ୍ୟାନ ସାମନ୍ତରା ତୁରନ୍ତ ମେଡ଼ିକାଲ ରେ ପହଞ୍ଚି ଆହତ ମାନଙ୍କ ଅବସ୍ଥା ବୁଝି ସେମାନଙ୍କ ପରିବାର ବର୍ଗଙ୍କୁ ଧର୍ଯ୍ୟ ରଖିବାକୁ ଆଶାଶ୍ୱାନା ଦେଇଥିଲେ। ପରେ ପରେ ତାଙ୍କ ପରିବାର ବ୍ୟକ୍ତିଙ୍କ ନିକଟରେ ସ୍ଥାନୀୟ ତହସିଲଦାର ବିଶ୍ୱରଞ୍ଜନ କହଁର ପହଞ୍ଚି ରେଡ଼କ୍ରସ ସହାୟତା ବାବଦକୁ ତିରିଶି ହଜାର ଟଙ୍କା ପ୍ରଦାନ କରିଥିଲେ l

ad-week
Leave A Reply

Your email address will not be published.