
ମାଲକାନଗିରି ୦୫/୧୧ ନେହେରୁ ଯୁବ କେନ୍ଦ୍ର ଏବଂ ବନ ବିଭାଗ ସହିତ ମିଳିତ ଉଦ୍ୟମ ରେ କାଲିମେଳା ବ୍ଲକ ର ବିଭିନ୍ନ ଯୁବ କ୍ଲବ ଓ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ପ୍ରତିଯୋଗୀତା ସହ ବିଭିନ୍ନ କ୍ରୀଡ଼ା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ରୀମତୀ ପୁଷ୍ପାଞ୍ଜଳି ମାଡକାମି , ମେରା ୟୁବା ଭାରତ ସଂଯୋଜକ ସନ୍ତୋଷ ପାତ୍ର, ବନରକ୍ଷୀ ପାରା ଷ୍ଟାଫ,ଆମ ଜଙ୍ଗଲ ଯୋଜନା କର୍ମୀ ଅଭିମନ୍ୟୁ ନାୟକ , ସାମାଜିକ ବିକାଶ ଅଧିକାରୀ ପଲାସ ବିଶ୍ୱାସ ,ସୃଷ୍ଟି ଅନୁଷ୍ଠାନ କର୍ମୀ ଗଣ , ଭୁବନ ପାଲି ଯୁବକ କ୍ଲବ ସଦସ୍ୟ ମାନେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରୁଥିଲେ। ଯୁବକ ମାନଙ୍କୁ ଏକଜୁଟ ହୋଇ ନୂତନ ଯୁବ କ୍ଲବ ଗଠନ କରିବା ପାଇଁ ଗୁରୁତ୍ବ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ କ୍ରୀଡା ଓ ଶାରୀରିକ ବିକାଶ କାର୍ଯ୍ୟକଳାପ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା, ଯାହା ଦ୍ୱାରା ଗ୍ରାମୀଣ ଯୁବକମାନଙ୍କୁ ରାଷ୍ଟ୍ର ନିର୍ମାଣ ଏବଂ ସମ୍ପ୍ରଦାୟ ସେବା ବିକାଶରେ ଯୋଗଦେବା ସହ ସେମାନଙ୍କର ଦକ୍ଷତା ଏବଂ ବ୍ୟକ୍ତିତ୍ୱ ବୃଦ୍ଧି ପାଇଁ ତାଲିମ ପ୍ରଦାନ କରାଯାଇଛି ଏହି କାର୍ଯ୍ୟକ୍ରମ ରେ ଭୁବନପାଲି ପଞ୍ଚାୟତର ବିଭିନ୍ନ ଗ୍ରାମ ଓ ମୋଟୁ ରେଞ୍ଜ ର ବିଭିନ୍ନ VSS ଯୁବକ ଯୁବତୀ ପ୍ରତିଯୋଗୀତା ରେ ଭାଗନେଇ ଥିଲେ ।ପୁଅମାନଙ୍କ ପାଇଁ ଫୁଟବଲ୍, ଭଲି ବୋଲ୍, ୧୦୦ ମିଟର ଦୌଡ଼, ଧୀର ସାଇକେଲିଂ କିମ୍ବା ଝିଅମାନଙ୍କ ପାଇଁ ମ୍ୟୁଜିକ୍ ଚେୟାର ଏବଂ ପୁଚି ଖେଳ ଆଦି ଆୟୋଜିତ କରାଯାଇଥିଲା। ଶେଷରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ ବିଜୟୀ ହୋଇ ଥିବା ଖେଳାଳୀ ଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।