ଜାତୀୟ ସାମ୍ବାଦିକତା ଦିବସ ନିମନ୍ତେ ଚିକିଟୀ ପ୍ରେସ କ୍ଲବ ର ସାଧାରଣ ବୈଠକ…

add-all


ଚିକିଟୀ :– ଏହି ବ୍ଲକ ଚିକିଟୀ ପ୍ରେସ କ୍ଲବ କାର୍ଯ୍ୟାଳୟ ପରିସରରେ ସଭାପତି ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ କ୍ଲବ ର ୪୯ ତମ ସାଧାରଣ ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଆଗାମୀ ଦିନରେ ଏ ବର୍ଷର ଜାତୀୟ ପ୍ରେସ ଦିବସକୁ ଅତି ନିଆରା ଢଙ୍ଗରେ ପାଳନ କରିବା ପାଇଁ ସମ୍ପାଦକ ତ୍ରିପତି ସାହୁ ମନ୍ତବ୍ୟ ଦେଇଥିଲେ ଏବଂ ସେ ମନ୍ତବ୍ୟ କୁ କ୍ଲବ ର ସମସ୍ତ ସଦସ୍ୟ ଗ୍ରହଣ କରିଥିଲେ। ସଭପତି ଓ ଉପଦେଷ୍ଟା ନଳିନୀ କାନ୍ତ ପଟ୍ଟନାୟକ ଉକ୍ତ ବୈଠକ ରେ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରକାର ସମସ୍ୟା ଉପରେ ଆଲୋଚନା କରିବା ସହ ଆଗାମୀ ଦିନରେ କିପରି ଏହାର ସମାଧାନ ହୋଇପାରିବ ଏବଂ ଆମକୁ କଣ କରିବାକୁ ପଡିବ ତାହା ଉପରେ ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ଉକ୍ତ ବୈଠକରେ ଉପ ସଭାପତି ଈଶ୍ୱର ମହାରଣା, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ , ଅରୁଣ ଉଦୟ ସାହୁ, ଆଲୁ ଜୟ ପ୍ରକାଶ, ହରିଶ୍ଚନ୍ଦ୍ର ସେଠୀ, କୃଷ୍ଣଚନ୍ଦ୍ର ସାହୁ, ରବିନ୍ଦ୍ର ନାଥ ବାଡତ୍ୟା ଙ୍କ ସମେତ ପ୍ରାୟ ସମସ୍ତ କ୍ଲବ ସଭ୍ୟ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.