ନୟାଗଡ଼ ଜିଲ୍ଲାସ୍ତରୀୟ ୧୩ତମ ଓଡଗାଁ ଓପନ ରାପିଡ଼ ଚେସ୍ ଟୁର୍ଣ୍ଣାମେଣ୍ଟ : ଜିତେନ୍ଦ୍ର କୁମାର ଦାସ ବିଜେତା….

youtube


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଓଡ଼ଗାଁ ସରକାରୀ କଲ୍ୟାଣମଣ୍ଡପ ପରିସରରେ ବୁଧବାର ଏକଦିବସୀୟ ଜିଲ୍ଲାସ୍ତରୀୟ ୧୩ତମ ଓଡ଼ଗାଁ ଓପନ ରାପିଡ଼ ଚେସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବାବେଳେ ଜିତେନ୍ଦ୍ର କୁମାର ଦାଶ ନିଜର ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ବିଜେତା ହୋଇଛନ୍ତି।ଠିକ ସେହିପରି ବସନ୍ତ କୁମାର ଭୋଇ ଦ୍ଵିତୀୟ,ଗଙ୍ଗାଧର ଦାସ ତୃତୀୟ,ସ୍ୱୟଂ ପ୍ରକାଶ ସାହୁ ଚତୁର୍ଥ, କୌଶିକ ଦାସ ପଞ୍ଚମ,ପଞ୍ଚାନନ ମହାନ୍ତି

ଷଷ୍ଠ,ବେଲାଳସେନ ପାତ୍ର ସପ୍ତମ,ପ୍ରଭାତ କୁମାର ମିଶ୍ର ଅଷ୍ଟମ,ପ୍ରକାଶ ନାରାୟଣ ଦାସ ନବମ,ଶିଶିର କୁମାର ନାୟକ ଦଶମ,ରାକେଶରୋଷନ ପୃଷ୍ଟି ଏକାଦଶ ଓ ରାଜା ପ୍ରଧାନ ଦ୍ଵାଦଶ ସ୍ଥାନ ଅକ୍ତିଆର କରିଥିଲେ।ଜୁନିୟର ଓ ସିନିୟର ବିଭାଗରେ ବିଜୟୀ ସମସ୍ତ ପ୍ରତିଯୋଗୀଙ୍କୁ ଆୟୋଜକଙ୍କ ତରଫରୁ ଟ୍ରଫି ସମେତ ନଗଦ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା।ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଯୋଗ ଦେଇଥିବାବେଳେ ମୃତ୍ତିକା ଓ ଜଳସଂରକ୍ଷଣ ବିଭାଗର ପ୍ରାକ୍ତନ ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।ବ୍ରହ୍ମପୁରର ବିନାୟକ ରଥ ଆର୍ବିଟର ଭାବରେ ମ୍ୟାଚ ପରିଚାଳନା କରିଥିବାବେଳେ ଖେଳ ମଣିଷ ତଥା ଆସୋସିଏସନର ସମ୍ପାଦକ ଦିବାକର ନାୟକ ଓ ସମସ୍ତ ସଭ୍ୟ ସହଯୋଗ କରିଥିଲେ।

Leave A Reply

Your email address will not be published.