ଆସିକା ସୁବର୍ଣ୍ଣେସ୍ୱର ମନ୍ଦିର ନିକଟରୁ ଚୋରା ବାଲି ଚାଲାଣ ବେଳେ ଟ୍ରାକ୍ଟର ଜବତ……!

youtube


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସୁବର୍ଣ୍ଣେସ୍ୱର ମନ୍ଦିର ନିକଟରୁ ଚୋରା ବାଲି ଚାଲାଣ ବେଳେ ଆସିକା ପୋଲିସ ଗୋଟେ ଟ୍ରାକ୍ଟର କୁ ଜବତ କରିଛି। ପୋଲିସ କୁ ଦେଖିବା ମାତ୍ରେ ଅନ୍ୟ ଟ୍ରାକ୍ଟର ମାନେ ଛୁ ମାରିବାରେ ସଫଳ ହୋଇଥିଲେ। ପ୍ରଶାସନ କୁ ଚକମା ଦେଇ ଭୋର ଚାରି ଘଣ୍ଟାରୁ ସକାଳ ୮ ଘଣ୍ଟା ପର୍ଯ୍ୟନ୍ତ ୧୫ରୁ ଉର୍ଦ୍ଧ ଟ୍ରାକ୍ଟର ରେ ବାଲି ମାଫିଆ ମାନେ ପ୍ରତିଦିନ ଚୋରା ବାଲି ଚାଲାଣ କରୁଛନ୍ତି। ରାଜସ୍ବ ଓ ଖଣି ବିଭାଗ ପକ୍ଷରୁ ଚୋରା ବାଲି ମାଫିଆ ମାନଙ୍କୁ ସମ୍ପୂର୍ଣ ଭାବେ ଛୁଟ ଦିଆଯାଇଛି। ମାଫିଆ ମାନେ ସୁବର୍ଣ୍ଣେସ୍ୱର ନିକଟରେ ଥିବା ଋଷିକୂଲ୍ୟା ନଦୀର ସୁରକ୍ଷା ବନ୍ଧକୁ କାଟି ଚୋରା ବାଲି ଚାଲାଣ କରୁଛନ୍ତି। କେବଳ ପୋଲିସ ପକ୍ଷରୁ ଚୋରା ବାଲି ଚାଲାଣ ବେଳେ ଗାଡ଼ି ଗୁଡ଼ାକୁ ଜବତ କରିବାର ନଜିର ରହିଛି। ସୁନାମ୍ବ ସାହି ନିକଟରେ ତହସିଲ ଅଫିସ ଥିଲେବି ଚୋରା ବାଲି ଚାଲାଣ କାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଆସିକା ଅଞ୍ଚଳର ଖଣି ବିଭାଗ ର ଦୈୟିତ୍ୱ ରେ ଥିବା ବାବୁ ମାନଙ୍କ ଆଶୀର୍ବାଦ ରେ ଚୋରା ବାଲି ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି। ୫ ଜଣ ବାଲି ମାଫିଆ ମାନେ ପାଳି କରି ପ୍ରଶାସନକୁ ହାତ ବାରିଶି କରି ରୀତିମତ ଚୋରା ବାଲି ଚାଲାଣ କରୁଛନ୍ତି। ସୁନାମ୍ବ ସାହି ବାସିନ୍ଦା ଚୋରା ବାଲି ଚାଲାଣ କରୁଥିବା ମାଫିଆ ମାନଙ୍କୁ ବାରଣ କଲେ ଟ୍ରାକ୍ଟର ରେ ଚୋରା ବାଲି ଚାଲାଣ କରୁଥିବା ମାଫିଆ ମାନେ ଧମକ ଚମକ ଦେଉଥିବା ଅଭିଯୋଗ ହେଉଛି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀ ବନ୍ଧ ନିର୍ମାଣ କରୁଛନ୍ତି।ବନ୍ୟା ପାଇଁ ସୁରକ୍ଷା ପାଚେରୀ କୁ ବି ମାଫିଆ ମାନେ ଭାଙ୍ଗି ଦେବାର ନଜିର ରହିଛି।

Leave A Reply

Your email address will not be published.