ଚିକିଟୀ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ୫୩ ତମ ବୋଇତ ବନ୍ଧାଣ ଓ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ…

add-all


ଚିକିଟୀ — ସ୍ଥାନୀୟ ପାଣ୍ଡିରି ଗ୍ରାମ ନିକଟସ୍ଥ ପୁଣ୍ୟ ବାହୁଦା ନଦୀ ତଟରେ ଚିକିଟୀ ଖେମୁଣ୍ଡି କେନ୍ଦ୍ରୀୟ ପରିଷଦ ଆନୁକୁଲ୍ୟରେ ପାଣ୍ଡିରି ଆଞ୍ଚଳିକ ପରିଷଦ ଠାରେ କେନ୍ଦ୍ରୀୟ ପରିଷଦ ସଭାପତିଙ୍କ ପୌରହିତ୍ୟ ରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ପରିଷଦ କର୍ମକର୍ତ୍ତା, ଆଞ୍ଚଳିକ ପରିଷଦ କର୍ମକର୍ତ୍ତା, ଗ୍ରାମ୍ୟ ପରିଷଦ କର୍ମକର୍ତ୍ତା ଓ ସମସ୍ତ ଗ୍ରାମ୍ୟ ପରିଷଦର ପ୍ରାୟ ୧୦୦୦ରୁ ଉର୍ଦ୍ଧ ଜାତି ଭାଇ ଓ ଭଉଣୀ ମାନେ ଠାକୁରାଣୀ ମନ୍ଦିର ଠାରେ ଏକତ୍ରିତ ହୋଇ ଗ୍ରାମ ପରିକ୍ରମା କରି ବାହୁଦା ନଦୀ ଘାଟ ଠାରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ମହା ଆଡମ୍ବରରେ ପାଳନ କରିଥିଲେ।ତତ୍ ସଙ୍ଗେ ସଙ୍ଗେ ପାଣ୍ଡିରି ଆଞ୍ଚଳିକ କାର୍ଯ୍ୟାଳୟ ଠାରେ ଅସହାୟ, ବରିଷ୍ଠ ନାଗରିକ ଓ ବିକଳାଙ୍ଗ ଜାତି ଭାଇ ଓ ଭଉଣୀ ମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା। କେନ୍ଦ୍ରୀୟ ପରିଷଦ ସଭାପତି ଶ୍ରୀଯୁକ୍ତ ଦଣ୍ଡlସି ସାହୁ, ସମ୍ପାଦକ ଲକ୍ଷ୍ମଣ ସାହୁ, ଶ୍ରୀ ଯୋଗୀ ସାହୁ, ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁ, ଉପସଭାପତି ପ୍ରଶାନ୍ତ କୁମାର ସାହୁ (ଚିକିଟୀ), ପ୍ରଶାନ୍ତ ସାହୁ (ମୋହନା), ସଂଗଠନ ସମ୍ପାଦକ ଶ୍ରୀ ନୀଳମଣି ସାହୁ, ଶ୍ରୀ ଦଣ୍ଡ ସାହୁ , ପ୍ରଶାନ୍ତ ସାହୁ(ପାଣ୍ଡିରି), ଦେବେନ୍ଦ୍ର ସାହୁ,ବାୟା ସାହୁ, କୃଷ୍ଣ ସାହୁ, ଶ୍ରୀ ବିନୋଦ ସାହୁ, ଗଣ ମାଧ୍ୟମ ସମ୍ପାଦକ ଅକ୍ଷୟ କୁମାର ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତି ଏବଂ ସହଯୋଗରେ ରେ କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇପାରିଥିଲା।

ad-week
Leave A Reply

Your email address will not be published.