ଲଡୁବାବାଙ୍କ କୈଳାସପର୍ବତ ଉତ୍ପାଟନ ବେଶ…

add-all


ନୟାଗଡ଼: ନୟାଗଡ଼ ଜିଲା ପ୍ରସିଦ୍ଧ ଶୈବପୀଠ ଶରଣକୁଳର ପ୍ରଭୁ ଲଡ଼ୁବାବା ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀରେ ଦୁର୍ଲଭ କୈଳାସ ପର୍ବତ ଉତ୍ପାଟନ ବା ରାବଣ ବେଶରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।ବର୍ଷକୁ ଥରେ କେବଳ କାର୍ତ୍ତିକ ପୂର୍ଣ୍ଣମୀରେ ହେଉଥିବା ଏହି ବେଶରେ ପ୍ରଭୁ ଲଡ଼ୁବାବାଙ୍କ ଦର୍ଶନ ପାଇ ଭକ୍ତଙ୍କ ଚିତ୍ତ ଓ ମାନସକୁ ଆନନ୍ଦ ପ୍ରଦାନ କରିଥାନ୍ତି।କିମ୍ବଦନ୍ତୀ ଅନୁସାରେ,ମହାନ ଶୈବଭକ୍ତ ଲଙ୍କାପତି ରାବଣ ଦେବ ଦେବ ମହାଦେବଙ୍କୁ ସର୍ବଦା ପାଖରେ ରଖି ପୂଜାର୍ଚ୍ଚନା କରିବା ନିମନ୍ତେ ଏକ କାମନା ଲିଙ୍ଗକୁ ଲଙ୍କାକୁ ନେବାକୁ ପ୍ରାର୍ଥନା କରିଥିଲା। କୈଳାସ ପର୍ବତ ସହ ଲିଙ୍ଗକୁ ଉତ୍ପାଟନ ପାଇଁ ଚେଷ୍ଟା କଲା। କିନ୍ତୁ ରାବଣର ଅତ୍ୟଧିକ ଅହଂକାର ଓ ଔଦ୍ଧତ୍ୟ ଯୋଗୁ ବାବା ନିଜ ପାଦର ବୃଦ୍ଧାଙ୍ଗୁଳିରେ କୈଳାସ ପର୍ବତକୁ ସ୍ପର୍ଶ କରିବାରୁ ରାବଣର ଇଚ୍ଛା ପୂର୍ତ୍ତି ହୋଇ ପାରି ନ ଥିଲା।ଯାହାଫଳରେ ରାବଣ ପ୍ରଭୁଙ୍କୁ ସାଙ୍ଗରେ ଲଙ୍କାକୁ ନେବା ଚେଷ୍ଟାରେ ସଫଳ ହୋଇ ପାରି ନ ଥିଲା।ସେହି ଘଟଣାର ସାକ୍ଷୀସ୍ବରୂପ ପ୍ରଭୁ ଲଡ଼ୁବାବା ପ୍ରତିବର୍ଷ ଏହି ବେଶରେ ଦର୍ଶନ ଦେଇଥାନ୍ତି।ଶିବ ପୁରାଣ ଅନୁଯାୟୀ ଶିବଭକ୍ତମାନେ ଏହାକୁ କୈଳାସ ପର୍ବତ ଉତ୍ପାଟନ ବେଶ ବୋଲି କହିଥାନ୍ତି।

ad-week
Leave A Reply

Your email address will not be published.