ତମାଖୁମୁକ୍ତ ଯୁବ ଅଭିଯାନ ୩.୦କୁ ସଫଳ କରିବା ପାଇଁ ଜିଲ୍ଲା ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ଅବକାରୀ ବିଭାଗର ଏକ ମିଳିତ ଚଢ଼ାଉ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ତମାଖୁ ମୁକ୍ତ ଯୁବ ଅଭିଯାନ ୩.୦କୁ ସଫଳ କରିବା ପାଇଁ ଜିଲ୍ଲା ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ଅବକାରୀ ବିଭାଗର ଏକ ମିଳିତ ଦଳ ଜିଲ୍ଲା ସଦରରେ ଥିବା ବିଭିନ୍ନ ଦୋକାନରେ ଚଢାଉ କରିଥିଲେ। ଏହି ଚଢାଉ ବେଳେ ଜିଲ୍ଲା ସଦରରେ ଥିବା ବିଭିନ୍ନ ଦୋକାନରୁ ବିପୁଳ ପରିମାଣର ନିଶା ଯୁକ୍ତ ଦ୍ରବ୍ୟ ଯଥା ପାନ ମସଲା, ତମାଖୁ, ଗୁଟଖା, ସିଆଗରେଟ ଆଦି ଭଳି ସାମଗ୍ରୀ ଜବତ କରିଥିଲେ। ଏହା ସହ ଏହି ଦୋକାନୀ ମାନଙ୍କ ବିରୋଧରେ ଜୋରିମାନ ଲଗାଇ ମୋଟ ୧୩୮୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ଯୁବ ପିଢୀଙ୍କୁ ନିଶା ଠାରୁ ଦୂରେଇ ରଖିବା ପାଇଁ ଏବଂ ଜିଲ୍ଲାକୁ ନିଶା ମୁକ୍ତ କରିବା ପାଇଁ ଏହି ଚଢାଉ କରାଯାଇଛି। ଗତ ଅକ୍ଟୋବର ୧୮ ତାରିଖରୁ ଆସନ୍ତା ଡିସେମ୍ବର ୧୦ ତାରିଖ ଯାଏଁ ଏହି ଅଭିଯାନ ଜାରି ରହିବ ବୋଲି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ ପ୍ରକାଶ କରିଛନ୍ତି। ଏହି ଚଢାଉ ବେଳେ ଡ୍ରଗ୍ସ ଇନ୍ସପେକ୍ଟର ପ୍ରବୀଣ କୁମାର ଜେନା, ଏନଟିସିପି ପରାମର୍ଶଦାତା ଶିବ ସୁନ୍ଦର ପାଣିଗ୍ରାହୀ, ଅବକାରୀ ଓଆଇସି ରମେଶ ସାହୁକାର ଏବଂ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ଆଗାମୀ ଦିନରେ ଏହାକୁ ବ୍ୟାପକ କରାଯିବା ସହ ଜିଲ୍ଲାର ସମସ୍ତ ବ୍ଲକରେ ମଧ୍ୟ ସଚେତନତା ସହ ଚଡାଉ ଅଭିଯାନ ଜାରୀରହିବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀସେଠୀ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.