
ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ୮୪ତମ ଇଣ୍ଡିଆନ୍ ରୋଡ କଂଗ୍ରେସ (ଅ୍ଧବଆରସି) ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହାର ଶୁଭାରମ୍ଭ କରିଛନ୍ତି । ୧୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସଡ଼କ ମହାକୁମ୍ଭରେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ସଡ଼କ ସୁରକ୍ଷା ବିଶେଷଜ୍ଞ, ଗବେଷକ, ଛାତ୍ରଛାତୟୀଙ୍କୁ ମିଶାଇ ଦେଶ ବିଦେଶରୁ ତିନି ହଜାର ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୦ ତାରିଖ ଯାଏ ସଡ଼କ ଓ ପରିବହନ ଉପରେ ଆଲୋଚନା ହେବ ।