
ସିନ ରି- କ୍ରିଏସନ୍ କୁ ନେଇ ବି ଉଠୁଛି ଅନେକ ପ୍ରଶ୍ନ…!
ମୁଖ୍ୟ ଅଭିଯୁକ୍ତ ଗିରଫ ହେଲେ ସତ ତଥାପି ହତ୍ୟା ର କାରଣ ଅସ୍ପଷ୍ଟ ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ହାଇ ପ୍ରୋଫାଇଲ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାର ରହସ୍ୟ ରେ ରହିଗଲା। ଏହି ହତ୍ୟା କାଣ୍ଡ ରେ ସମ୍ପୃକ୍ତି ଥିବା ଦର୍ଶାଇ ପୋଲିସ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ପୂର୍ବତନ ମେୟେର ଶିବଶଙ୍କର ଦାଶଙ୍କ ସମେତ ଦୁଇ କୋର୍ପେରେଟର ଏବଂ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଇତି ମଧ୍ୟରେ ଗିରଫ କରିଛି। ସାର୍ପସୁଟର ଗିରଫ ହେବା ପରେ ହତ୍ୟା କାଣ୍ଡର ରିହଲସଲ ପୋଲିସ ହତ୍ୟା କାରୀଙ୍କୁ ଧରି ମିଡ଼ିଆ ଆଗରେ କରିଛି।ହେଲେ ମୁଖ୍ୟ ଅଭିଯୁକ୍ତ ପୋଲିସ କବ୍ଜାରେ ଥିବା ବେଳେ ଓ ଜେରା ବେଳେ କାହା ଇଙ୍ଗିତ ରେ ହତ୍ୟା କରାଯାଇଛି ଏବେ ବି ତାହା ରହସ୍ୟ ରେ ରହିଯାଇଛି। ଅଦାଲତ ରେ ପୋଲିସ କୁ କଠିନ ପ୍ରମାଣ ଯୋଗାଡ଼କରି ରଖିବାକୁ ହେବ। ହାଇ ପ୍ରୋଫାଇଲ ହତ୍ୟାକାଣ୍ଡ ହାଇ ଡ୍ରାମା ଭଳି ନହେଉ ବୋଲି ସାଧାରଣ ରେ ଆଲୋଚନା ର ବିଷୟ ହୋଇଛି। ବିକ୍ରମ ସପକ୍ଷ ବିପକ୍ଷ ରେ ଆଇନଜୀବି ମାନଙ୍କ ପକ୍ଷରୁ ଅଦାଲତ ରେ ମୁହାଁ ମୁହିଁ ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି। ପୋଲିସ ଘଟଣା କୁ ନେଇ ଯେଉଁ ଦିଗ ହରା ମନ୍ତବ୍ୟ ଦେଇଛି ତାହା ଅଦାଲତ ରେ ଭାରି ପଡିବ ବୋଲି ବରିଷ୍ଠ ଆଇନ ଜୀବି ମତ ରଖିଲେଣି l ପୋଲିସ ବିକ୍ରମ ପଣ୍ଡା ଙ୍କୁ ଗିରଫ କରିବା ପରେ ଅତି ତରବରିଆ ଭାବରେ ସାମ୍ବାଦିକ ସମ୍ମିଳନୀ କରିଥିଲା କିନ୍ତୁ ମୁଖ୍ୟ ହତ୍ୟାକାରୀ ଗିରଫ ହେବା ପରେ ପୋଲିସ ସାମ୍ବାଦିକ ସମ୍ମିଳନୀ ରୁ ଦୁରେଇ ରହିଥିଲା ଯାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି l ଯଦି ସାମ୍ବାଦିକ ସମ୍ମିଳନୀ ହୋଇଥାନ୍ତା ହୂଏତେ ସାମ୍ବାଦିକ ମାନଙ୍କ ପ୍ରଶ୍ନ ବାଣ କୁ ସାମ୍ନା କରିବା ପୋଲିସ ପାଇଁ ସହଜ ହୋଇ ନଥାନ୍ତା ତେଣୁ ପୋଲିସ ସାମ୍ବାଦିକ ସମ୍ମିଳନୀ ରୁ ଦୁରେଇ ରହିଲା ବୋଲି ସାଧାରଣ ରେ ଆଲୋଚନା ହେଉଛି l ଅନ୍ୟ ଦିଗକୁ ଦେଖିଲେ ପୂର୍ବତନ ବିଧାୟକ ସଫକ୍ଷ୍ୟ ରେ ଯେତିକି ଓକିଲ ଥିଲେ ବର୍ତ୍ତମାନ ପୀତବାସ ପଣ୍ଡାଙ୍କ ସଫକ୍ଷ୍ୟ ରେ ମାଳ ମାଳ ଓକିଲ କେସ ଲଢ଼ିବାକୁ ବାହାରିଲେଣି ଯାହାକି ଏକ ନିର୍ବାଚନ ପ୍ରତିଯୋଗିତା ପରି ମନେ ହେଲାଣି l ପୋଲିସ ବର୍ତ୍ତମାନ ସୁଦ୍ଧା ହତ୍ୟା କାଣ୍ଡ ପଛରେ ଥିବା ମୁଖ୍ୟ ଉଦେଶ୍ୟ ରୁ ପରଦା ହଟାଇ ପାରିନି l ବାଲି, ଖଣି ଏବଂ ଜମି ଜୁମା କାରବାର କୁ ନେଇ ଏହି ହତ୍ୟା କାଣ୍ଡ ହୋଇଥିବା କୁ ନେଇ ଯେଉଁ ସନ୍ଦେହ ସାଧାରଣ ରେ ଉଠିଥିଲା ସେସବୁ ରୁ ପରଦା ହଟାଇ ପୋଲିସ ରାଜନୈତିକ ଶତ୍ରୁତା କୁ ନେଇ ଆଲୋକ ପାତ କଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସ ସମ୍ପୂର୍ଣ ଭାବରେ ସ୍ପଷ୍ଟ କରି ପାରି ନାହିଁ ଯାହାକି ଅଦାଲତ ରେ ଏହାକୁ ନେଇ ପୋଲିସ ହରଡ଼ ଘଣରେ ପଶିବ ବୋଲି ସାଧାରଣ ତଥା ବୁଦ୍ଧିଜୀବୀ ରେ ଆଲୋଚନା ହେଉଛି l ଏପଟେ ପୀତବାସ ପଣ୍ଡା ଙ୍କ ପୁଅ କୁ ମିଳିଲାଣି ହତ୍ୟା ଧମକ ଯାହାକୁ ନେଇ ସ୍ଥାନୀୟ ବି ଏନ ପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି କିନ୍ତୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇ ନାହିଁ ଯଦି କୌଣସି ଦୁର୍ଘଟଣା ଘଟେ ତେବେ ପୋଲିସ ପ୍ରତି ଆଙ୍ଗୁଠି ଉଠିବା ସ୍ୱାଭାବିକ ହୋଇଯିବ l