ଦିଲ୍ଲୀ ପରେ କାଠମାଣ୍ଡୁ ଏୟାରପୋର୍ଟରେ ବିମାନ ଉଡ଼ାଣ ବନ୍ଦ

add-all

କାଠମାଣ୍ଡୁ: ଦିଲ୍ଲୀ ଏୟାରପୋର୍ଟ ପରି ବୈଷୟିକ ସମସ୍ୟା କାଠମାଣ୍ଡୁ ଏୟାରପୋର୍ଟରେ ବି ଦେଖାଦେଇଛି । ଏହା ଫଳରେ ସେଠାରେ ମଧ୍ୟ ଦିଲ୍ଲୀ ପରି ଅଚଳାବସ୍ଥା ଦେଖାଦେଇଛି ଓ ବିମାନ ଉଡ଼ାଣ ବନ୍ଦ ରହିଛି । 

ଅଧିକାରୀଙ୍କ ଅନୁଯାୟୀ, ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ରନୱେ ଲାଇଟ୍ରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଘରୋଇ ଏବଂ ଆନ୍ତର୍ଜାତୀୟ ଉଭୟ ବିମାନ ବନ୍ଦ କରାଯାଇଛି। ସୁରକ୍ଷା କାରଣରୁ ସମସ୍ତ ଉଡ଼ାଣକୁ ସ୍ଥଗିତ ରଖାଯାଇଛି।କାଠମାଣ୍ଡୁର ବ୍ୟସ୍ଥବହୁଳ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ରନୱେ ଲାଇଟ୍ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସମସ୍ତ ଆସୁଥିବା ଏବଂ ବାହାରୁଥିବା ବିମାନ ବନ୍ଦ କରାଯାଇଛି। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ବିମାନ ଚଳାଚଳ ସ୍ଥଗିତ ରହିବ।

ସମସ୍ୟା ତଦନ୍ତ ଏବଂ ସମାଧାନ ପାଇଁ ବିମାନବନ୍ଦରରେ ବୈଷୟିକ ଦଳ ନିୟୋଜିତ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଯଥାଶୀଘ୍ର ସାଧାରଣ ଉଡ଼ାଣ ପରିଚାଳନାକୁ ପୂର୍ବବତ୍ କରିବା ପାଇଁ ପ୍ରୟାସ ଚାଲିଛି। ବିମାନବନ୍ଦର ମୁଖପାତ୍ର ରେଞ୍ଜି ଶେର୍ପା କହିଛନ୍ତି ଯେ ରନୱେର ଏୟାରଫିଲ୍ଡ ଲାଇଟ୍ ସିଷ୍ଟମରେ ସମସ୍ୟା ରହିଛି। ସେ କହିଛନ୍ତି, “ବର୍ତ୍ତମାନ ଅତି କମରେ ପାଞ୍ଚଟି ଉଡ଼ାଣ ବନ୍ଦ ଅଛି। ସମସ୍ତ ଘରୋଇ ଏବଂ ଆନ୍ତର୍ଜାତୀୟ ଆଗମନ ଏବଂ ପ୍ରସ୍ଥାନ ବିଳମ୍ବ ହେଉଛି।” ସମସ୍ୟା ସନ୍ଧ୍ୟା ୫:୩୦ (ସ୍ଥାନୀୟ ସମୟ) ରେ ଏହି ତ୍ରୁଟି ଚିହ୍ନଟ ହୋଇଥିଲା।

ad-week
Leave A Reply

Your email address will not be published.