ପିମ୍ପୁଡ଼ି ଭୟରେ ଆତ୍ମହତ୍ୟା କଲେ ମହିଳା, ସୁଇସାଇଡ ନୋଟରେ ଲେଖିଲେ ମୃତ୍ୟୁର କାରଣ

youtube

ନୂଆଦିଲ୍ଲୀ : ପିମ୍ପୁଡ଼ି ଭୟରେ ଜୀବନ ହାରିଲେ ମହିଳା । ତେଲଙ୍ଗାନାର ସାଙ୍ଗାରେଡ୍ଡୀରେ ଘଟିଛି ଏପରି ଅଭାବନୀୟ ଘଟଣା । ପିମ୍ପୁଡି ଭୟରେ ଚରମ ନିଷ୍ପତ୍ତି ନେଇଥିବା ସୁଇସାଇଡ ଲେଟରରେ ଉଲ୍ଲେଖ କରିଛନ୍ତି ଜଣେ ମହିଳା ।

ମହିଳା ଜଣକ ୨୦୨୨ରେ ବିବାହ କରିଥିବା ବେଳେ, ତାଙ୍କର ଏକ ୩ ବର୍ଷର ଝିଅ ଅଛି । ସ୍ବାମୀ ସକାଳୁ ଅଫିସ ଚାଲିଯିବା ପରେ, ଝିଅକୁ ସଂପର୍କୀୟଙ୍କ ଘରେ ଛାଡ଼ି ଆସିଥିଲେ ମହିଳା । ଘର ସଫା କରିବା ପରେ ଝିଅକୁ ନେବେ ବୋଲି କହିଥିଲେ । ତେବେ ସନ୍ଧ୍ୟାରେ ସ୍ବାମୀ ଅଫିସରୁ ଫେରି ଦେଖିଲା ବେଳକୁ କବାଟ ଭିତର ପଟୁ ବନ୍ଦ ଥିଲା । ପଡୋଶୀଙ୍କ ସହାୟତାରେ କବାଟ ଭାଙ୍ଗି ଦେଖିବା ବେଳକୁ ସ୍ତ୍ରୀର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ତେବେ ପିମ୍ପୁଡିଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଜୀବନ ହାରିଥିବା ସୁଇସାଇଡ୍ ନୋଟରେ କହିଛନ୍ତି ମୃତ ମହିଳା । ଏନେଇ ଅମିନପୁର ପୋଲିସ ଏକ ମାମଲା ରୁଜୁ କରିଛନ୍ତି । ପିଲାବେଳୁ ପିମ୍ପୁଡିଙ୍କ ପ୍ରତି ପିଲାଟି ବେଳୁ ଭୟ ଥିଲା । ଏନେଇ ପରିବାର ଲୋକ ମଧ୍ୟ ପୂର୍ବରୁ ତାଙ୍କର ଚିକିତ୍ସା କରାଇଥିଲେ । ତେବେ ପିମ୍ପୁଡି ପାଇଁ ଜୀବନ ହାରିବା ସମସ୍ତଙ୍କୁ ଚକିତ କରିଛି ।

Leave A Reply

Your email address will not be published.