ବୋତ୍‌ସ୍ବାନାରୁ ଭାରତକୁ ଆସିବେ ଆଉ ୮ ଚିତା

add-all

ନୂଆଦିଲ୍ଲୀ: ଆଫ୍ରିକୀୟ ରାଷ୍ଟ୍ର ବୋତ୍‌ସ୍ବାନାରୁ ଖୁବ୍‌ଶୀଘ୍ର ଆଉ ୮ଟି ଚିତା ଭାରତ ଅଣାଯିବ ବୋଲି ଜଣାପଡିଛି। ଇତିମଧ୍ୟରେ ଭାରତ ଆସିବାକୁ ଥିବା ଦୁଇଟି ଅଣ୍ଡିରା ଚିତାଙ୍କୁ ଧରାଯାଇ ଗୋଟିଏ ମାସ ପାଇଁ କ୍ବାରେଣ୍ଟାଇନରେ ରଖାଯାଇଛି। ଡାକ୍ତରୀ ପରୀକ୍ଷା ପରେ ଛଅ ମାଈ ଚିତାଙ୍କ ସହ ଏମାନଙ୍କୁ ଭାରତ ଅଣାଯିବ। ସମ୍ଭବତଃ ଆସନ୍ତା ଜାନୁଆରୀରେ ଏହି ଆଠଟି ଚିତାଙ୍କୁ ଭାରତ ଅଣାଯିବାପରେ ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ରଖାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ ଭାରତରେ ଚିତା ବଂଶ ବୃଦ୍ଧି ଲକ୍ଷ୍ୟରେ ‘ଚିତା ପ୍ରକଳ୍ପ’ର ଶୁଭାରମ୍ଭ କରାଯାଇଥିଲା। ତଦନୁଯାୟୀ ୨୦୨୨ ସେପ୍ଟେମ୍ବରରେ ପ୍ରଥମ ଦଫାରେ ନାମ୍ବିଆରୁ ୮ଟି ଏବଂ ୨୦୨୩ ଫେବୃଆରୀରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଭାରତ ଅଣାଯାଇ କୁନୋ ଜାତୀୟ ପାର୍କରେ ଥଇଥାନ କରାଯାଇଥିଲା। ଭାରତ ଅଣାଯିବାପରେ ଏ ପର୍ଯ୍ୟନ୍ତ ମୋଟ ୨୬ଟି ଚିତା ଶାବକ ଜନ୍ମ ନେଇସାରିଛନ୍ତି। ଇତିମଧ୍ୟରେ କେତେକ ବୟସ୍କ ଚିତା ଓ ଶାବକଙ୍କର ମୃତ୍ୟୁ ଘଟିଥିବାବେଳେ ବର୍ତ୍ତମାନ ଚିତାଙ୍କ ସଂଖ୍ୟା ୨୭ରେ ସୀମିତ ରହିଛି।

ad-week
Leave A Reply

Your email address will not be published.