ଘର ଛାତ ଭୁଶୁଡ଼ି, ୫ ମୃତ

youtube

ପାଟନା : ବିହାର ରାଜଧାନୀ ପାଟନାରେ ବଡ଼ ଅଘଟଣ । ପାଟନାରେ ଏକ ବିଲିଡିଂର ଛାତ ଭୁଶୁଡିବା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି । ରାତିରେ ଶୋଇଥିବା ବେଳେ ଛାତ ଗଳିପଡିଥିଲା । ସମସ୍ତ ମୃତକ ଗୋଟିଏ ପରିବାରର ରହିଥିଲେ । ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି ।

ଖବର ମୁତାବକ, ରବିବାର ରାତିରେ ମାଲା ପାଟନାର ଦାନାପୁର ଅଞ୍ଚଳରେ ମାନସ ଗାଁରେ ହୋଇଛି । ଗତ ରାତିରେ ଏକ ଘରେ ପରିବାରର ଲୋକ ଶୋଇଥିବା ବେଳେ ଛାତ ଭୁଶୁଡି ପଡିଥିଲା । ଘର ଭୁଶୁଡିବା ଖବର ଶୁଣି ଆଖପାଖର ଲୋକ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ କରିଥିଲେ । ଘର ଛାତର ବଡ ଅଂଶ ଭାଙ୍ଗିପଡିଥିଲା । ଏଠାରେ ମହମ୍ମଦ ବବଲୁ ସହିତ ତାଙ୍କ ପତ୍ନୀ ଏବଂ ୩ ଜଣ ପିଲା ଶୋଇଥିଲେ ।

ମୃତକଙ୍କ ମଧ୍ୟରେ ମହମ୍ମଦ ଏବଂ ତାଙ୍କ ପତ୍ନୀ ୩ ପିଲା ସାମିଲ ରହିଛନ୍ତି । ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହିତ ମିଶି ସହାୟତା କରିଥିଲେ । ପରିବାରର ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇସାରିଥିଲା ।

ଘଟଣା ବିଷୟରେ ଜଣାପଡିବା ପରେ ପୁରା ଗାଁରେ ଶୋକର ମାହୋଲ ଖେଳିଯାଇଥିଲା । ମୃତକ ପରିବାର ଲୋକ ଭାଙ୍ଗିପଡିଥିଲେ । ପୋଲିସ ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସପିଟାଲକୁ ପଠାଇଛି । ତେବେ ଦୁର୍ଘଟଣାର କାରଣ ଏଯାଏଁ ଜଣାପଡିନାହିଁ । ଏହାର ଯାଞ୍ଚ ଚାଲିଛି ।

Leave A Reply

Your email address will not be published.