
ନୂଆଦିଲ୍ଲୀ: ହରିଆନାର ଫରିଦାବାଦରୁ ୩୦୦ କେଜି RDX ଜବତ। ଜାମ୍ମୁକାଶ୍ମୀର ପୋଲିସ ଓ ହରିଆନା ପୋଲିସ ମିଳିତ ଭାବେ ଏଠାରେ ଚଢ଼ଉ କରି ୩୦୦ କେଜି RDX ସାଙ୍ଗକୁ ୨ଟି ଏକେ-୪୭ ବନ୍ଧୁକ ଓ ବିପୁଳ ଗୁଳିଗୋଳା ଜବତ କରିଛନ୍ତି। ମାମଲାରେ ଜଣେ କାଶ୍ମୀର ଡାକ୍ତରଙ୍କୁ ଗିରଫ କରାଯାଇଛି। ଗିରଫ ଡାକ୍ତର ଜଣକ ଡାକ୍ତର ଆଦିଲ ଅହମ୍ମଦ ରାଥର ବୋଲି ଜଣାପଡ଼ିଛି। ଆଦିଲଙ୍କ ସୂଚନା ଆଧାରରେ ଫରିଦାବାଦରେ ଚଢ଼ଉ କରାଯାଇଥିଲା । ତେବେ ପୂର୍ବରୁ, ପୋଲିସ କାଶ୍ମୀର ଭ୍ୟାଲିରେ ଡାକ୍ତରଙ୍କ ଏକ ଲକରରୁ ଏକ AK-47 ରାଇଫଲ ଓ ଗୁଳି ଜବତ କରିଥିଲା।
ଆତଙ୍କୀ ଲିଙ୍କ୍ ଅଭିଯୋଗରେ ଡାକ୍ତର ଆଦିଲକୁ ଗିରଫ କରାଯାଇଛି। ତେବେ ଏ ମାମଲାରେ ପୁଲୱାମା ଜିଲ୍ଲାର ମୁଜାମିଲ ସକିଲ ନାମକ ଡାକ୍ତରଙ୍କୁ ମଧ୍ୟ ଗିରଫ କରାଯାଇଛି। ଫରିଦାବାଦରୁ ଜବତ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାରେ ଡାକ୍ତର ମୁଜାମିଲ ସାହାଯ୍ୟ କରିଥିବା ସନ୍ଦେହ କରାଯାଉଛି । ଉଭୟ ଡାକ୍ତର ଏବେ ଜମ୍ମୁ ଓ କାଶ୍ମୀର ପୋଲିସ ହେପାଜତରେ ଅଛନ୍ତି।