
ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା । ରାଜ୍ୟର ସ୍କୁଲଗୁଡ଼ିକରେ “ବନ୍ଦେ ମାତରମ୍” ବାଧ୍ୟତାମୂଳକ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୋରଖପୁରରେ ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ରାଜ୍ୟର ପ୍ରତ୍ୟେକ ସ୍କୁଲରେ “ବନ୍ଦେ ମାତରମ୍” ବାଧ୍ୟତାମୂଳକ କରାଯିବ ।
ରାଜ୍ୟର ପ୍ରତ୍ୟେକ ସ୍କୁଲରେ “ବନ୍ଦେ ମାତରମ୍”କୁ ଜାତୀୟ ସଙ୍ଗୀତ ଭାବରେ ବାଧ୍ୟତାମୂଳକ କରାଯିବ । ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ଆଜିଠାରୁ ଏକତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅକ୍ଟୋବର ୩୧ ତାରିଖକୁ ଜାତୀୟ ସ୍ତରରେ ପାଳନ କରାଯାଇପାରିବ ।
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ସମଗ୍ର ଦେଶ ଭାରତ ମାତାର ମହାନ ପୁତ୍ର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ କରୁଛି । ସ୍ୱାଧୀନତା ପରେ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରିବା ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ସମ୍ଭବ ହୋଇଥିଲା । ଏହି ଘଟଣାଗୁଡ଼ିକ ଜାତୀୟ ଏକତାର ଏକ କାରକ ପାଲଟିଥିଲା । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଅକ୍ଟୋବର ୩୧କୁ ଜାତୀୟ ଏକତା ଦିବସ ଭାବରେ ପାଳନ କରିବା ଆରମ୍ଭ ହୋଇଥିଲା ।
ସେ ଆହୁରି କହିଛନ୍ତି, ଏହାଛଡା ସର୍ବବୃହତ ସର୍ଦ୍ଦାର ସରୋବର ଡ୍ୟାମ୍ ଗୁଜରାଟରେ ନିର୍ମିତ ହୋଇଥିଲା । ଆଜି ଏହା ଦେଶ ଏବଂ ବିଶ୍ୱ ପାଇଁ ଏକ ପର୍ଯ୍ୟଟନ ସ୍ଥଳ ପାଲଟିଛି । ଗୁଜରାଟର ସର୍ଦ୍ଦାର ସରୋବର କୂଳରେ ବିଶ୍ୱର ସର୍ବବୃହତ ପ୍ରତିମା ସ୍ଥାପନ କରାଯାଇଛି, ଯାହା ସମଗ୍ର ଦେଶକୁ ଗର୍ବର ଅନୁଭବ କରାଉଛି । ଏଥିପାଇଁ ସେ ଲୁହା ଏବଂ ମାଟି ଦାନ କରିଥିଲେ। ବିଶ୍ୱର ସର୍ବବୃହତ ପ୍ରତିମା, ଷ୍ଟାଚ୍ୟୁ ଅଫ୍ ୟୁନିଟି, କେଭାଡିଆରେ ନିର୍ମିତ ହୋଇଥିଲା ।