
କନ୍ଧମା : ଠକେଇ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ପୋଲିସ୍ ଜଣେ ବ୍ୟବସାୟୀ ଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ସୁଧୀର କୁମାର ତ୍ରିପାଠୀ ( ୪୫) ଘର ଗଞ୍ଜାମ ଜିଲ୍ଲାର ଶେରଗଡ଼ ଗ୍ରାମରେ । ତେବେ ସୁଧୀରଙ୍କୁ ଭୁବନେଶ୍ୱର ପୋଲିସ ଏୟାର ପୋର୍ଟ ଥାନା ଅର୍ନ୍ତଗତ ଫରେଷ୍ଟ ପାର୍କ ନିକଟ ଏକ ଆପାର୍ଟମେଣ୍ଟ ରୁ ଗିରଫ କରିଛି । ଶ୍ରୀ ତ୍ରିପାଠୀ ଗୋଟେ ଇଲେକ୍ଟ୍ରୋନିକ୍ସ କମ୍ପାନୀରେ ଅଫିସର ଭାବେ କାର୍ଯ୍ୟ କରୁଥିଲେ । ଫୁଲବାଣୀ ବଜାରରେ ଇଲେକ୍ଟ୍ରୋନିକ୍ସ ଶୋ ରୁମ୍ କରିଥିବା ବାବୁଲା ସେନାପତିଙ୍କୁ ଶସ୍ତା ଓ ସୁବିଧାରେ ଇଲେକ୍ଟ୍ରି ସାମାନ ଯୋଗାଇ ଦେବା ଲାଗି ୨୦୨୩ ମସିହାରେ ୬ଲକ୍ଷ ୭ହଜାର ୨୦୮ଟଙ୍କା ନେଇଥିଲେ । ତେବେ ଦୁଇବର୍ଷ ରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ବାବୁଲା ଙ୍କୁ ଜିନିଷ ଦେଇନଥିଲେ । ଏପରିକି ମୋବାଇଲ୍ ଫୋନ ମଧ୍ଯ ରିସିଭ କରୁନଥିଲେ । ଫଳରେ ବାଧ୍ୟ ହୋଇ ବାବୁଲା ଏ ନେଇ ଗତ ସେପ୍ଟେମ୍ବର ମାସରେ ସ୍ଥାନୀୟ ଟାଉନ୍ ଥାନାରେ ଲିଖୂତ ଅଭିଯୋଗ କରିଥିଲେ । ଟାଉନ୍ ଥାନା ପୋଲିସ କେଶ ନଂ. ୩୩୫/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା । ପୋଲିସ ଖୋଳ ତାଡ଼ କରି ସୁଧୀର ତ୍ରିପାଠୀ ଭୁବନେଶ୍ବର ରେ ଥିବା ଜାଣି ସେଠାରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧୂକାରୀ ପି. ସ୍ବରୂପ କିଶନ ପ୍ରକାଶ କରିଛନ୍ତି।