

ବ୍ରହ୍ମପୁର: ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ପକ୍ଷରୁ ବିଶ୍ୱନାଥପୁର ଠାରୁ ଆରମ୍ଭ କରି ଫୁଟିପଦର ଏବଂ ଡୁରା ପର୍ଯ୍ୟନ୍ତ କେନାଲ ରାସ୍ତା କାମ ଚାଲିଛି।ଯାହାକି ପ୍ରାୟ ୧୦ କିଲୋ ମିଟର ରାସ୍ତା ନିର୍ମାଣ ହେବ।ପ୍ରାୟ ଏକ କୋଟି ୪୬ ଲକ୍ଷ ଟଙ୍କା ବିନିଯୋଗ ରେ ରାସ୍ତା ନାଳ ନିର୍ମାଣ କରିବା ପାଇଁ ବ୍ୟୟ ବରାଦ ହୋଇଛି।କିନ୍ତୁ ବର୍ତ୍ତମାନ ବିଶ୍ୱନାଥପୁର ଗ୍ରାମ ଠାରୁ ଫୁଟିପଦର ପର୍ଯ୍ୟନ୍ତ କେନାଲ ରାସ୍ତା କାମ ସରିଛି।ତେବେ ଏହି ରାସ୍ତା ନିର୍ମାଣ ଅତି ନିମ୍ନ ମାନର ବୋଲି ଅଭିଯୋଗ କରିଛନ୍ତି ଫୁଟିପଦର ଗ୍ରାମବାସୀ। ଠିକାଦାର ଜଣଙ୍କ ନଦୀ ବାଲି ସହିତ ସମୁଦ୍ର ବାଲି ମିଶାଇ କଂକ୍ରିଟ ରାସ୍ତା ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଯେଉଁଠାରେ ନଦିବାଲି ସହିତ ସମୁଦ୍ର ବାଲି ମଧ୍ୟ ଗଚ୍ଛିତ କରି ରଖାଯାଇଥିବା ଦେଖିବାକୁ ମିଳିଛି। ପ୍ରଶାସନ ମୋଟା ଅଙ୍କର ବଟି ନେଇ ଆଖିରେ ଅନ୍ଧ ପୁଟୁଳା ବାନ୍ଧି ଚୁପ ବସିଛି l ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ ଠିକାଦାର କୌଣସି ନିୟମକୁ ପାଳନ କରୁ ନାହାନ୍ତି। ଦାୟିତ୍ୱରେ ରହିଥିବା କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ମଧ୍ୟ କୌଣସି ଅଭିଯୋଗକୁ ଶୁଣୁ ନାହାଁନ୍ତି ବୋଲି ଅଞ୍ଚଳ ବାସୀ କହୁଛନ୍ତି। ଠିକାଦାର ଏବଂ ଯାନ୍ତ୍ରିକ ମଧୁଚନ୍ଦ୍ରିକାରେ ଏଭଳି ଦୁର୍ନୀତି ହେଉଥିବା ସ୍ପଷ୍ଟ ବୋଲି ଗ୍ରାମବାସୀ କହିଛନ୍ତି। ସରକାରଙ୍କ କୋଟି, କୋଟି ଟଙ୍କା ବିନିଯୋଗ ହେଉଥିଲେ ଅଳ୍ପ ଦିନରେ ରାସ୍ତା ନଷ୍ଟ ହୋଇଯାଉଛି। ବିକାଶ ନାଁ ରେ ନିଜର ବିକାଶ ରେ ଲିପ୍ତ ବିଭାଗ ।ସରକାରୀ ଅର୍ଥକୁ ଏଭଳି ନଷ୍ଟ କରିବା ଏବଂ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଆର ଡି ବିଭାଗର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା କହିଛନ୍ତି ବୁଦ୍ଧିଜୀବୀ। ତେବେ ଏନେଇ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବା ପରେ, ସେ ଏହାର ତଦନ୍ତ କରି ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ ଇଂ. ଇନ୍ଦ୍ରଜିତ ସିଙ୍ଗ ତେବେ ଏଭଳି ନିମ୍ନ ମାନର କାମ କୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି, ଆଗାମୀ ଦିନରେ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏବଂ ଉକ୍ତ କାର୍ଯ୍ୟ କୁ ନେଇ ଭିଜିଲାନ୍ସ ପକ୍ଷରୁ ମଧ୍ୟ ତଦନ୍ତ ଆବଶ୍ୟକ ବୋଲି ଗ୍ରାମର ବୁଦ୍ଧିଜୀବୀ ଦାବୀ କରିଛନ୍ତି l