ରାସ୍ତା ପାଶ୍ୱ ନିର୍ମାଣଧିନ କୋଠାରୁ ଅଜଗର ସାପ ଉଦ୍ଧାର

youtube

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ଦକ୍ଷିଣପୁର ଗ୍ରାମ ମୁଖ୍ୟ ରାସ୍ତା ପାଶ୍ୱ ନିର୍ମାଣଧିନ କୋଠାର ପ୍ରଥମ ମହଲା ରୁ ଏକ ଅଜଗର ସାପ ଉଦ୍ଧାର ହୋଇଛି l ସ୍ଥାନୀୟ ଲୋକ ସାପ ଥିବା ଖବର ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ରଙ୍କୁ ଜଣାଇ ଥିଲେ,ସେ ସର୍ପ ମିତ୍ର ପି. ଅରବିନ୍ଦ ଦେଶୀ ବେହେରାଙ୍କୁ ଅବଗତ କରାଇଥିଲେ |

ଦେଶିବେହେରା ଘଟଣା ସ୍ଥଳରେ ପହଞ୍ଚି ସାତ ଫୁଟର ଅଜଗର ସାପ କୁ କୌଶଳ କ୍ରମେ ଉଦ୍ଧାର କରି ବ୍ରହ୍ମପୁର ବନାଞ୍ଚଳ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ l ସାପର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପରେ ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ସୋମନାଥ ମଲ୍ଲିକଙ୍କ ନିର୍ଦ୍ଧେଶ କ୍ରମେ ଉକ୍ତ ସାପଟିକୁ ରାମଗୁଡା ସଂରକ୍ଷିତ ଜଙ୍ଗଲରେ ମୁକ୍ତ କରାଯାଇଛି l ଉଦ୍ଧାର ଓ ମୁକ୍ତ ସମୟରେ ବନ କର୍ମଚାରୀ ପାଣୁ ଚରଣ ପ୍ରଧାନ, ରବି ଦାସ, ସମ୍ପାଦକ ବିଜେନ୍ଦ୍ର ମାଝୀ, ନଳିନୀ କାନ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.