ରାଇକିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

add-all

ରାଇକିଆ : ଗ୍ରାମାଞ୍ଚଳରେ କୃଷି ଓ କୃଷକର ବିକାଶ ଏବଂ ସେମାନଙ୍କ ଆୟକୁ ଦ୍ଵିଗୁଣିତ କରିବା ଉଦ୍ଦେଶ୍ୟରେ ଶନିବାର କନ୍ଧମାଳ ଜିଲା ରାଇକିଆ ବ୍ଲକ ପାଙ୍ଗାନାଜୁ ଛକ ନିକଟସ୍ଥ ପଡିଆଠାରେ ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ରାଇକିଆ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡାଃ ସ୍ଵାତି ସଙ୍ଘମିତ୍ରା ଦେହୁରିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜି.ଉଦୟଗିରୀ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଏବଂ ସଂମ୍ମାନିତ ଅତିଥି ଭାବେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ଲମ୍ବୋଧର ମହାପାତ୍ର , ସହକାରୀ ମତ୍ସ୍ୟ ଅଧିକାରୀ ଜି. ଦୀପକ ରେଡ୍ଡୀ , ରାଇକିଆ ବ୍ଲକ ଅଧ୍ୟକ୍ଷା ରିନା ପ୍ରଧାନ, ରାଇକିଆ ବ୍ଲକ ସାଂସଦ ପ୍ରତିନିଧି ସନ୍ତୋଷ ଲେଙ୍କା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କହଁର ପ୍ରମୁଖ ଯୋଗଦେଇ ମଞ୍ଚାସିନଥିଲେ ।

ଅତିଥି ମାନେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ଗୋପାଳନ, ହିତାଧିକାରୀଙ୍କୁ ମିଳୁଥିବା ଅତିରିକ୍ତ ରିହାତି , କୁକୁଡ଼ା ପାଳନ, ଛେଳି, ମେଣ୍ଢା ପାଳନ, ନୂତନ ଗୋଶାଳା ପାଇଁ ମିଳୁଥିବା ଆର୍ଥିକ ସହାୟତା ସମେତ ମତ୍ସ୍ୟ ଚାଷ ବିଷୟରେ ଉପସ୍ଥିତ ଚାଷୀ ଏବଂ ଜନସାଧାରଣଙ୍କୁ ଜଣାଇଥିଲେ । ବ୍ଳକର ଶ୍ରେଷ୍ଠ ଗୋପାଳକ , ଛେଳି ପାଳକ ଏବଂ ମତ୍ସ୍ୟ ଚାଷ ପାଇଁ ପ୍ରାଣୀ ବିଭାଗ ତରଫରୁ ଅନୁପମା ଦିଗାଳ, ମଦର ଟେରେଷା ଏସଏଚଜି, ପ୍ରଣବ କୁମାର ପ୍ରଧାନ, ବିଦ୍ୟାରତ୍ନମଣି ଦିଗାଳ ଏବଂ ମତ୍ସ୍ୟ ବିଭାଗ ପକ୍ଷରୁ କାହ୍ନୁ ଚରଣ ପାଣିଗ୍ରାହୀ, ବିଧାନ ବିଶୋଈ, କାରମେଲ ଏସଏଚଜି,ଦେବନାଥ ପ୍ରଧାନଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଦ୍ଵାରା କୃଷି ଓ କୃଷକଙ୍କ ପାଇଁ ହୋଇଥିବା ଯୋଜନା ସମ୍ବନ୍ଧରେ ଅବଗତ କରାଇବା ନିମନ୍ତେ ୧୨ ଗୋଟି ଷ୍ଟଲ ହୋଇଥିଲା । ରାଇକିଆ ବ୍ଳକ ପ୍ରାଣୀ ଚିକିତ୍ସାଧିକାରୀ ଡାଃ ସ୍ଵାତି ସଙ୍ଘମିତ୍ରା ଦେହୁରି ମଞ୍ଚ ପରିଚାଳନା କରିଥିବା ବେଳେ ରାଇକିଆ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ରୋଜାଲିନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମେଳାରେ ଉଭୟ ପ୍ରାଣୀ ଓ ମତ୍ସ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.