ଆଇ.ଟି.ଆଇ ଛାତ୍ରଛାତ୍ରୀଙ୍କୁ ଚାକିରି ନାଁରେ ଠକେଇ: ନଗରନାର ଥାନାରେ ଅଭିଯୋଗ

add-all

କୋରାପୁଟ/କୋଟପାଡ଼, ୧୬/୧୧/୨୫ – ଏନ୍.ଏମ୍.ଡି.ସି. ପ୍ଲାଣ୍ଟରେ ଚାକିରି କରାଇଦେବା ନାଁରେ ଆଇ.ଟି.ଆଇ ଛାତ୍ରଛାତ୍ରୀମାନେ ଠକାମୀର ଶିକାର ହୋଇଛନ୍ତି। ବସ୍ତର ଜିଲ୍ଲା ଜଗଦଲପୁରର ମାଡପାଲ ନିବାସୀ ପ୍ରକାଶ ନାଗ (ପିତା: ଲଙ୍କେଶ୍ୱର ନାଗ) ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ନଗରନାର ଥାନାରେ ହୋଇଛି।

ସୂଚନା ଅନୁଯାୟୀ, ପ୍ରକାଶ ନାଗ ଏନ୍.ଏମ୍.ଡି.ସି. ପ୍ଲାଣ୍ଟରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ବହୁ ଆଇ.ଟି.ଆଇ ଛାତ୍ରଛାତ୍ରୀଙ୍କ ଠାରୁ ଟଙ୍କା ସଂଗ୍ରହ କରିଥିଲେ। ତେବେ ଚାକିରି ନ ମିଳିବାରୁ ଛାତ୍ରଛାତ୍ରୀମାନେ ନିଜକୁ ଠକାମୀର ଶିକାର ହୋଇଥିବା ଜାଣି ନଗରନାର ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ନଗରନାର ଥାନା ଅଧିକାରୀ ଏହି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଛାତ୍ରଛାତ୍ରୀଙ୍କୁ ଆଶ୍ୱାସନା ଦେଇଥିବା ଜଣାପଡ଼ିଛି। ଠକେଇର ଶିକାର ହୋଇଥିବା ଛାତ୍ରଛାତ୍ରୀମାନେ ନ୍ୟାୟ ଅପେକ୍ଷାରେ ରହିଛନ୍ତି।

ad-week
Leave A Reply

Your email address will not be published.