ଅଡୁଆରେ ମହୁଆ ମୋଇତ୍ରା, କ୍ୟାସ୍-ଫର୍-କ୍ବାଇରୀ ମାମଲାରେ ହେବ ଚାର୍ଜସିଟ୍ ଦାଖଲ

youtube

ନୂଆଦିଲ୍ଲୀ: ବଢ଼ିଲା ମହୁଆ ମୋଇତ୍ରଙ୍କ ଅଡୁଆ । ‘କ୍ୟାସ୍-ଫର୍-କ୍ୱେରୀ ମାମଲାରେ ଟିଏମ୍ ସି ସାଂସଦଙ୍କ ବିରୋଧରେ ହେବ ଚାର୍ଜସିଟ ଦାଖଲ । ଚାର୍ଜସିଟ୍ ଦାଖଲ ପାଇଁ ସିବିଆଇକୁ ଅନୁମତି ଦେଲେ ଲୋକପାଳ। ମହୁଆଙ୍କ ସହ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯିବ । ଚାରି ସପ୍ତାହ ମଧ୍ୟରେ designated କୋର୍ଟରେ ଏହି ଚାର୍ଜସିଟ ଦାଖଲ କରିବ ସିବିଆଇ । ଏହା ସହ ଏହାର ଏକ କପି ଲୋକପାଳଙ୍କୁ ସେୟାର କରିବ ତଦନ୍ତକାରୀ ସଂସ୍ଥା । ମହୂଆଙ୍କ ବିରୋଧରେ ୨୦୨୩ରେ ବିଜେପି ସାଂସଦ ନିଶିକାନ୍ତ ଦୁବେ କ୍ୟାସ୍ ଫର କ୍ବାଇରୀ ଅଭିଯୋଗ ଆଣିଥିଲେ । କହିଥିଲେ, ଗୌତମ ଆଦାନୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲକ୍ଷ୍ୟ କରି ୫୮ଟି ସଂସଦୀୟ ପ୍ରଶ୍ନ ପଚାରିବା ପାଇଁ ହିରାନନ୍ଦାନୀଙ୍କଠାରୁ ୨ କୋଟି ଟଙ୍କା ନଗଦ, ଦାମୀ ଉପହାର ଏବଂ ଅନୁଗ୍ରହ ଗ୍ରହଣ କରିଥିଲେ ମହୁଆ ।

ଏହାର ପ୍ରମାଣ ସ୍ବରୂପ ହିରାନନ୍ଦାନୀଙ୍କ affidavit ଦେଇଥିଲେ ନିଶିକାନ୍ତ । ଯେଉଁଥିରେ ସେ ସ୍ୱୀକାର କରିଥିଲେ, ମୋଇତ୍ରାଙ୍କ ଲୋକସଭା ଲଗଇନ୍ ବ୍ୟବହାର କରି ଦୁବାଇ ଏବଂ ଅନ୍ୟାନ୍ୟ ସ୍ଥାନରୁ ପ୍ରଶ୍ନ ଅପଲୋଡ୍ କରିଥିଲେ । ଏବଂ ତାଙ୍କ ବଙ୍ଗଳା ମରାମତି ଏବଂ ଯାତ୍ରା ପାଇଁ ଆର୍ଥିକ ସହାୟତା କରିଥିଲେ।

Leave A Reply

Your email address will not be published.