ଚିକିଟୀ ପ୍ରେସ୍ କ୍ଲବ ତରଫରୁ ଜାତୀୟ ପ୍ରେସ୍ ଦିବସ ପାଳିତ

add-all


ଚିକିଟୀ : ଏହି ବ୍ଲକ ଚିକିଟୀ ପ୍ରେସ୍ କ୍ଲବ୍ କାର୍ଯ୍ୟାଳୟ ପରିସରରେ ସଭାପତି ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଇଛି। ଏହି ଦିବସ ପାଳନ ଅବସରରେ ସମସ୍ତେ ଆଜି ପୂର୍ବାହ୍ନରେ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇ ସାମ୍ବାଦିକତା ବୃତ୍ତିରେ ନିଜ ନିଜର ଗାରିମା କୁ ବଜାୟ ରଖିବା ସହ ନିଜ ନିଜ ଭିତରେ ଛୋଟ ବଡ଼ ଭାବନା ନରଖି ସମାଜ ଗଠନରେ କିଭଳି ଭାବରେ ନିଜର ଆଭିମୁଖ୍ୟ ପ୍ରତିପାଦିତ କରିପାରିବା ତାହା ଉପରେ ଆଲୋଚନା ହେବା ସହ ସମସ୍ତେ ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ।

ବିଗତ ଦିନ ମାନଙ୍କରେ ଚିକିଟୀ ପ୍ରେସ୍ କ୍ଲବ ସଭ୍ୟ ମାନେ ବିଭିନ୍ନ ଯାଗାରେ ବିଭିନ୍ନ ପ୍ରକାର ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମ କରି ଆସୁଛନ୍ତି। ପୂର୍ବ ବୈଠକର ନିଷ୍ପତି ଅନୁଯାୟୀ ଏହି ଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରିବାକୁ ଯାଇ ସମସ୍ତ ସଦସ୍ୟ ଏବଂ ସ୍ବତନ୍ତ୍ର ଅତିଥି କନକ ନ୍ୟୁଜ୍ ପ୍ରତିନିଧି ବିରତ୍ତମ୍ ସାହୁଙ୍କ ସମେତ ସ୍ଥାନୀୟ ନିରାଶ୍ରୟ ଆଶ୍ରୟ କକ୍ଷକୁ ଯାଇ ସେଠାରେ ଥିବା ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ଓ ଅଞ୍ଚଳରେ ଥିବା କିଛି ବୃଦ୍ଧଙ୍କୁ ଜଳପାନ ସହ ଶୀତବସ୍ତ୍ର ପ୍ରଦାନ କରିବା ସହ ସମସ୍ତେ ସେମାନଙ୍କ ଠାରୁ ସାମୁହିକ ଆଶ୍ରୀବାଦ୍ ଲୋଭିଥିଲେ। ଏହି କାର୍ଯ୍ୟକ୍ରମରେ ଉପ ସଭାପତି ଈଶ୍ୱର ମହାରଣା, ସମ୍ପାଦକ ତ୍ରିପତି ସାହୁ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ସନ୍ତୋଷ ମହାପାତ୍ର, ନିଳାଦ୍ରୀ ବିହାରୀ ନାୟକ, ଅରୁଣ ଉଦୟ ସାହୁ, ଆଲୁ.ଜୟପ୍ରକାଶ, କୃଷ୍ଣଚନ୍ଦ୍ର ସାହୁ, ଗଦାଧର ଶୁକ୍ଲା, ହରିଶ୍ଚନ୍ଦ୍ର ସେଠୀ ଓ ରବୀନ୍ଦ୍ର ବାଡତ୍ୟା ପ୍ରମୂଖ ଉପସ୍ଥିତ ଥିଲେ। କ୍ଲବ ସଦସ୍ୟ ମାନଙ୍କ ଏପରି ଚିନ୍ତାଧାରାକୁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ବହୁ ପ୍ରଶଂସା କରିଛନ୍ତି।

ad-week
Leave A Reply

Your email address will not be published.