ଗଞ୍ଜାମ ଜିଲ୍ଲାର ଚାଉଳ କଳ ମାଲିକ ସଂଙ୍ଘ ବୈଠକ ୭ ଜଣିଆ କମିଟି ଗଠନ….!


ବ୍ରହ୍ମପୁର: ହିଞ୍ଜିଳି ସ୍ଥିତ ମା ଶ୍ୟାମଳେଇ ପୀଠ ଠାରେ ଗଞ୍ଜାମ ଜିଲ୍ଲାର ଚାଉଳ ମାଲିକ ସଂଘର ଜରୁରୀ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ବୈଠକରେ ଆଗାମୀ ସଙ୍ଘର ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଏକ ୭ ଜଣିଆ କମିଟି ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଏଥିରେ ସର୍ବ ସମ୍ମତି କ୍ରମେ ଅସ୍ଥାୟୀ ଭାବେ ଆବାହକ ଭାବେ ତରୁଣ କୁମାର ପାତ୍ର, ମହେଶ କୁମାର ସ୍ୱାଇଁ, ନିଗମାନନ୍ଦ ମହାନ୍ତି, ଦୀପକ କୁମାର ଜେନା,, ପି. ଗୋପାଳ,, କାଳୀ ଶଙ୍କର ପାତ୍ର,, କେ. ରବୀନ୍ଦ୍ର କୁମାର ପାତ୍ରଙ୍କୁ ଚୟନ କରାଯାଇଛି।ଚଳିତ ବର୍ଷ ଧାନ କ୍ରୟ ବେଳେ ସରକାର ସମସ୍ତ ନିୟମ ମାନି ଧାନ କ୍ରୟ କରିବା ସକାଶେ ଚାଉଳ କଳ ମାଲିକ ମାନେ ନିଷ୍ପତ୍ତି ନେବେ ବୋଲି ଆଜିର ଆଲୋଚନା ଚକ୍ର ରେ ଆଲୋଚନା ହୋଇଥିବା ଜଣାପଡିଛି। ଆଜିର ବୈଠକ ରେ ଜିଲ୍ଲାର କୋଣ ଅନୁକୋଣ ରୁ ଶତାଧିକ ଚାଉଳ କଳ ମାଲିକ ମାନେ ଅଂଶ ଗ୍ରହଣ କରିଥିଲେ। ଏବଂ ଆଗାମୀ ସଂଘ ନିର୍ବାଚନ ଯାଏ ଏହି ସାତ ଜଣିଆ କମିଟି ସମସ୍ତ ଦାୟିତ୍ୱ ନେବାକୁ ନିଷ୍ପତି ନିଆଯାଇଛି l

ad-week
Leave A Reply

Your email address will not be published.