
ବ୍ରହ୍ମପୁର : ଆସିକା ପ୍ରେସ କ୍ଲବ ପକ୍ଷରୁ ଆଜି ବାଣୀବିହାର ସ୍ଥିତ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି।ଏହି କାର୍ଯ୍ୟକ୍ରମ ପ୍ରେସ କ୍ଲବ ର ସଭାପତି ସତ୍ୟନାରାୟଣ ରଥ ଙ୍କ ସଭାପତିତ୍ବ ରେ ଏକ ବୈଠକ ସହ ବର୍ତ୍ତମାନ ପରିସ୍ଥିତିରେ ସାମ୍ବାଦିକ ଙ୍କ ଭୂମିକା ବିଷୟରେ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଅତିଥି ରୂପେ ଅବସରପ୍ରାପ୍ତ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଶ୍ୟାମଘନ ବିଶ୍ୱାଳ, ଅମଲା ସଂଘ ର ପୃଷ୍ଠପୋଷାକ ପ୍ରସନ୍ନ ତ୍ରିପାଠୀ ମାନବ ସେବା ସମିତି ର ପ୍ରତିଷ୍ଠାତା ତଥା ଅବସରପ୍ରାପ୍ତ ଶିକ୍ଷକ ଗଣେଶ ରଥ ସାହିତ୍ୟ ଘର ଆସିକା ଶାଖା ର ଉପଦେଷ୍ଟା ଅଜିତ କୁମାର ପଟ୍ଟନାୟକ ଅତିଥି ରୂପେ ଯୋଗ ଦେଇଥିଲେ।
ଏହି ଅବସରରେ ଆସିକା ଅଞ୍ଚଳର ସାମ୍ବାଦିକ ବୁଦ୍ଧିଜୀବୀ ଓ ବିଭିନ୍ନ ସଙ୍ଗଠନର ପ୍ରତିନିଧି ମାନେ ଅଂଶ ଗ୍ରହଣ କରି ସାଂପ୍ରତିକ ପରିସ୍ଥିତି ରେ ଗଣ ମାଧ୍ୟମ ର ଭୂମିକା ଓ ଦାୟିତ୍ୱ ତଥା କର୍ତ୍ତବ୍ୟ ଉପରେ ମତବ୍ୟକ୍ତ କରିଥିଲେ।ସାମ୍ବାଦିକତା ରେ ନିରପେକ୍ଷତା ଏକାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସର ରେ ସାମ୍ବାଦିକ ଙ୍କ ସମସ୍ୟା ଓ ଅଂଚଳ ର ଉନ୍ନତି ସହ ଜନ ସାଧାରଣ ଙ୍କ ଅସୁବିଧା ଉପସ୍ଥାପନ କ୍ଷେତ୍ର ରେ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ସାମ୍ବାଦିକ ଙ୍କୁ ଚିହ୍ନଟ କରି ସେମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରିବା ସହ ନୂତନ ପିଢ଼ି ମାନେ ସଠିକ ଖବର ପରିବେଶଣ ଉପରେ ଗୁରୁତ୍ୱ ଦେବା ସହ ପ୍ରଚାର ପ୍ରସାର ଦିଗରେ ନିଜକୁ ନିୟୋଜିତ କରିଲେ ଭବିଷ୍ୟତରେ ଜଣେ ଦକ୍ଷ ସମ୍ବାଦିକ ହୋଇ ନିଜର ପରିଚୟ ସୃଷ୍ଟି କରି ପାରିବେ , ସହିତ୍ୟିଘର ଆସିକା ଶାଖା ର ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା, ସାମ୍ବାଦିକ ରତ୍ନାକର ସାହୁ ହୃଦୟାନନ୍ଦ ଜେନା ଅବସରପ୍ରାପ୍ତ ଶିକ୍ଷକ ବନମାଳୀ ସାମନ୍ତରା, ଦେବ ହରି ମହାନ୍ତି, ମହେଶ୍ୱର ନାହାକ, ଉଦୟ ନାଥ ପାଢ଼ୀ, ପ୍ରମୁଖ ଉପସ୍ଥିତ ରହି ନିଜ ବକ୍ତବ୍ୟ ରଖିଥିଲେ। ସାମ୍ବାଦିକ ନରେନ୍ଦ୍ର ସାହୁ, ଗିରିଶ କୁମାର ତ୍ରିପାଠୀ ପରିଚାଳନା ରେ ସହଯୋଗ କରିଥିଲେ।