ଟେମ୍ପୋକୁ ଧକ୍କା ଦେଲା ଟ୍ରଲର: ୬ ତୀର୍ଥଯାତ୍ରୀ ମୃତ, ୧୪ ଆହତ

youtube

ରାଜସ୍ତାନ : ରାଜସ୍ତାନ ଯୋଧପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲାବେଳେ ୧୪ ଜଣ ଆହତ ହୋଇଛନ୍ତି । ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ରବିବାର ସକାଳୁ ଏପରି ଘଟଣା ସାମ୍ନାକୁ ଆସିଛି । ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଛନ୍ତି ।

ସୂଚନାନୁଯାୟୀ, ଟେମ୍ପୋରେ ପ୍ରାୟ ୨୦ ଜଣ ଭକ୍ତ ଥିଲେ ବୋଲି SHO ର ମୂଳ ସିଂ ଭାଟି କହିଛନ୍ତି । ସମସ୍ତ ମୃତକ ଏବଂ ଆହତମାନେ ଗୁଜରାଟର ବନାସକାଣ୍ଠା ଏବଂ ଧନସୁରା ଅଞ୍ଚଳର ବାସିନ୍ଦା ଏବଂ ତୀର୍ଥଯାତ୍ରା ପାଇଁ ରାମଦେବରାକୁ ଯାଉଥିଲେ । ସେହି ସମୟରେ ଜାତୀୟ ରାଜପଥ ୧୨୫ ର ବାଲେସର ନିକଟସ୍ଥ ଖାରି ବେରି ଗାଁ ନିକଟରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟେମ୍ପୋ ଏବଂ ଟ୍ରେଲର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା । ଫଳରେ ୬ଜଣଙ୍କ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ଆହତଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ଯୋଧପୁରର ଏମଡିଏମ୍ ହସ୍ପିଟାଲକୁ ପଠାଯାଇଥିଲା । ଆହତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ଅନ୍ୟପଟେ ଟ୍ରେଲର ଦ୍ରୁତ ଗତିରେ ଆସୁଥିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ସେହି କାରଣରୁ ଏପରି ଅଘଟଣ ଘଟିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଟ୍ରେଲର ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.