
ନୂଆଦିଲ୍ଲୀ : ଲାଲକିଲ୍ଲା ବିସ୍ଫୋରଣ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନକୁ ବନ୍ଦ କରି ଦିଆଯାଇଥିଲା । ବର୍ତ୍ତମାନ କିନ୍ତୁ ପୁଣି ଷ୍ଟେସନ୍ର ସମସ୍ତ ଗେଟ୍ କାର୍ଯ୍ୟକ୍ଷମତା ପାଇଁ ଖୋଲି ଦିଆଯାଇଛି ବୋଲି ଡିଏମଆରସି ଟ୍ବିଟ୍ ଘୋଷଣା କରିଛନ୍ତି । ଗେଟ୍ ୨ ଏବଂ୩ ଗତକାଲି ଖୋଲାଯାଇଥିଲାବେଳେ ଗେଟ୍ ୧ ଏବଂ ୪ ଆଜି ଖୋଲାଯାଇଛି ।
ସୂଚନାନୁଯାୟୀ, ନଭେମ୍ବର ୧୦ ଦିଲ୍ଲୀ ବିସ୍ଫୋରଣ ପରେ ସତର୍କମୂଳକ ପଦକ୍ଷେପ ସ୍ବରୂପ ମେଟ୍ରୋ ଷ୍ଟେସନକୁ ବନ୍ଦ କରିଦିଆଯାଇଥିଲା । ଏହି ମାମଲାର ତଦନ୍ତ ସମୟରେ ଗୋଟିଏ ପରେ ଗୋଟିଏ ରହସ୍ୟ ସାମ୍ନାକୁ ଆସୁଛି । ବିସ୍ଫୋରଣ ସ୍ଥାନରୁ ୩ଟି କ୍ୟାଟ୍ରିଜ ଉଦ୍ଧାର କରାଯାଇଛି ବୋଲି ପୋଲିସ୍ ସୂତ୍ରରୁ ଜଣାପଡିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଘଟଣାସ୍ଥଳକୁ ଏହି ଜିନିଷ କିପରି ଆସିଲା ସେ ନେଇ ତଦନ୍ତ ବର୍ତ୍ତମାନ ସୁଦ୍ଧା ଜାରି ରହିଛି । ଏହାରି ମଧ୍ୟରେ ବନ୍ଦ ହୋଇ ରହିଥିବା ମେଟ୍ରୋ ଷ୍ଟେସନକୁ ପୁଣି ଖୋଲି ଦିଆଯାଇଛି ।