ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ, ୨୦ରେ ଶପଥ ଗ୍ରହଣ ଉତ୍ସବ

youtube

ବିହାର : ବିହାରରେ ନୂଆ ସରକାର ଗଠନକୁ ନେଇ ହଲଚଇ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋମବାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତି NDA ଐତିହାସିକ ବହୁମତ ହାସଲ କରିଛି । ନିର୍ବାଚନରେ ବିଜେପି ୮୯, ଜେଡିୟୁ ୮୫, ଏଲଜେଏପି (ରାମ ବିଳାସ) ୧୯ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳ ୯ ଆସନ ଜିତିଥିଲା । ବହୁମତ ହାସଲ କରି ଏବେ ସରକାର ଗଢ଼ିବାକୁ ପ୍ରସ୍ତୁତ ହେଉଛି NDA ।

ନୀତିଶଙ୍କ ଇସ୍ତଫା ପରେ JDU ବିଧାୟକ ଦଳ ବୈଠକ କରିବ, ଯେଉଁଠାରେ ନୀତିଶ କୁମାରଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯିବା ନେଇ ଆଶା କରାଯାଉଛି । ନୂଆ ଏନଡିଏ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ପାଟନାର ଗାନ୍ଧୀ ମଇଦାନରେ ଅନୁଷ୍ଠିତ ହେବ । ଆସନ୍ତା ୨୦ତାରିଖରେ ଶପଥ ଗ୍ରହଣ ଉତ୍ସବ ହେବାକୁ ଯାଉଛି ।

Leave A Reply

Your email address will not be published.