ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ବଜା

youtube

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ପତାକା ଉତ୍ତୋଳନ ଉତ୍ସବ ପାଇଁ ଜୋରଦାରରେ ପ୍ରସ୍ତୁତି ଚାଲିଛି । ନଭେମ୍ବର ୨୫ ତାରିଖରେ ହେବାକୁ ଥିବା ପତାକା ଉତ୍ତୋଳନ ଏବଂ ପୂର୍ଣ୍ଣାହୁତି ସମାରୋହକୁ ଚୂଡାନ୍ତ କରିବା ଆରମ୍ଭ କରିଛି । ଟ୍ରଷ୍ଟର ସଂଯୋଜକ ଶରଦ ଶର୍ମା ଏହି କାର୍ଯ୍ୟକ୍ରମରେ ଜଡିତ ଥିବା ବିବରଣୀକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ସୂଚନାନୁଯାୟୀ, ପାଖେଇ ଆସୁଛି ଐତିହାସିକ ମୂହୁର୍ତ୍ତ । ଅଯୋଧ୍ୟା ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ବଜା । ଆହୁରି ସୁନ୍ଦର ହୋଇଯିବ ଦିବ୍ୟ ମନ୍ଦିର । ଆସନ୍ତା ୨୫ ତାରିଖରେ ଧ୍ବଜାରୋହଣ ଉତ୍ସବ ହେବ । ସେଥିପାଇଁ ଜୋରଦାରରେ ଧ୍ବଜାରୋହଣ ଉତ୍ସବ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଯୋଧ୍ୟାର ପୂଜ୍ୟ ସନ୍ଥମାନଙ୍କ ସହିତ ପୂର୍ବ ଉତ୍ତର ପ୍ରଦେଶ, ଅବଧ ପ୍ରଦେଶ, କାଶୀ ପ୍ରଦେଶ, ଗୋରଖ ପ୍ରଦେଶ ଏବଂ ବିଭିନ୍ନ ମଠ, ମନ୍ଦିର ଏବଂ ଆଦିବାସୀ ଅଞ୍ଚଳର ପ୍ରମୁଖ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିସହ ଏହି ସମାରୋହରେ  ୬ହଜାରରୁ ୭ଲୋକ ମଧ୍ୟ ସାମିଲ ହେବେ ।

ଏହି ଉତ୍ସବ ପାଇଁ ନଭେମ୍ବର ୨୦ ତାରିଖରୁ ପୂଜା ଆରମ୍ଭ ହେବ । ୨୧ରୁ ୨୪ ଦିନ ପର୍ଯ୍ୟନ୍ତ ପ୍ରତିଦିନ ପୂଜା ହେବ । କିନ୍ତୁ ୨୫ ତାରିଖରେ ଅନ୍ତିମ ଯଜ୍ଞ କରାଯିବ । ଧ୍ବଜାରୋହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.