
ନୂଆଦିଲ୍ଲୀ : ୧୩ ଦିନିଆ ଇଡି ରିମାଣ୍ଡରେ ଅଲ୍ ଫଲାହ ପ୍ରତିଷ୍ଠାତା ଜାଭେଦ୍ ଅହମ୍ମଦ ସିଦ୍ଦିକି । ଡିସେମ୍ବର ୧ ତାରିଖ ଯାଏଁ ଇଡି ରିମାଣ୍ଡରେ ରହିବେ ସିଦ୍ଦିକି । ମନି ଲଣ୍ଡ୍ରିଂ ମାମଲାରେ ସିଦ୍ଦିକିଙ୍କୁ ଗତକାଲି ଗିରଫ କରିଥିଲା ଇଡି । ଦିଲ୍ଲୀ ବିସ୍ଫୋରଣ ପରେ ସ୍କାନରରେ ରହିଛି ଫରିଦାବାଦର ଅଲ୍ ଫଲାହ ୟୁନିଭର୍ସିଟି । ଦିଲ୍ଲୀ ବିସ୍ଫୋରଣ ମାମଲାରେ ତଦନ୍ତ ପ୍ରକ୍ରିୟା ଅଧୀନରେ ଗତକାଲି ଇଡି ଅଲ୍ ଫଲାହ ଗ୍ରୁପ୍ ସହ ଜଡ଼ିତ ବିଭିନ୍ନ ଠିକଣାରେ ଚଢ଼ଉ କରିଥିଲା ।
ଅଲ୍ ଫଲାହ ପ୍ରତିଷ୍ଠାତା ତଥା ମାଲିକ ସିଦ୍ଦିକିଙ୍କ ବାସଭବନରେ ଚଢ଼ଉ ପରେ ଇଡି ଅଧିକାରୀମାନେ ତାଙ୍କୁ ଜେରା କରିଥିଲେ । ଏହାପରେ ଇଡି ତାଙ୍କୁ ପିଏମ୍ ଏଲ୍ ଏ ଅଧୀନରେ ଗିରଫ କରିଥିଲା । ସିଦ୍ଦିକିଙ୍କ ସହ ଜଡ଼ିତ ଏକାଧିକ କମ୍ପାନିରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ଅଲ୍ ଫଲାହ ଗ୍ରୁପ୍ ର ବିଶ୍ବବିଦ୍ୟାଳୟ ମୁଖ୍ୟାଳୟ ଏବଂ ପ୍ରଶାସନିକ ଅଧିକାରୀଙ୍କ ବିଭିନ୍ନ ଠିକଣାରେ ଚଢ଼ଉ ଜାରି ରହିଛି ।