ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ଏକତା ପଦଯାତ୍ରା

youtube


ବଣାଇ, ତା19/11/2025 ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150 ତମ ଜୟନ୍ତୀ ପାଳନ ଅବସର ରେ ସ୍ଥାନୀୟ ବିଜୁଛକ ଠାରେ ବରପୁତ୍ର ବିଜୁ ପଟ୍ଟାନାୟକଙ୍କ ପ୍ରତିମୂର୍ତ୍ତିରେ ମୂଖ୍ୟ ଅତିଥି ବଣାଇ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ପିଲ୍ଲେ ମାଲ୍ୟାର୍ପଣ ଓ ଅର୍ଘ୍ୟ ଅର୍ପଣ କରିବା ପରେ ଵୣକ୍ଷ ରେlପଣ କରିଥିଲେ lଆୟେlଜିତ ମଞ୍ଚରେ ସାଂସ୍କୣତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେlଇଥିଲା l ଏହାପରେ ମୁଖ୍ୟ ଅତିଥି ରାଷ୍ଟ୍ରିୟ ଏକତା ପଦଯାତ୍ରା କୁ


ସବୁଜ ସଂକେତ ଦେଇ ଶୁଭାରମ୍ଭ କରିଥିଲେ l ବିଜୁଛକ ଠାରୁ ପଦଯାତ୍ରା ଆରମ୍ଭ ହେlଇ ସ୍ଥାନୀୟ ବାବା ବାଣେଶ୍ବର ମନ୍ଦିରରେ ପହଞ୍ଚି ଥିଲା l ଏହି ପଦଯାତ୍ରାର ଆଭିମୁଖ୍ୟ ହେଲା ଦେଶର ଏକତାକୁ ବଜାୟ ରଖିବା l ଏଥିପାଇଁ ଏକ ରଥ ପଦଯାତ୍ରାର ଆଗରେ ଯାଉଥିଲା l ଏହିଯାତ୍ରାରେ ବଣାଇ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପପ୍ରଶାସକ ସ୍ବଦୀପ ଟପ୍ପେl, ବଣାଇ ବିଡିଓ
ଦିବ୍ୟଶଙ୍କର ଜୟପୁରିଆ, ଡେପୁଟି କଲେକ୍ଟର ସ୍ବାଗତିକା ଦଳପତି, ବଣାଇ ତହସିଲଦାର ସମ୍ବିତ ଦାଶ, ଉପଖଣ୍ଡ ସୂଚନା ଓ ଲେlକ ସମ୍ପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁ, ସହକାରୀ ଜିଲ୍ଲାପାଳ କୁଳମଣି ଧଳ, ବଣାଇଗଡ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଜେନାମଣି ସାହୁଙ୍କ ସମେତ ବି. ଜେ. ପି. ର ସକ୍ରିୟ କର୍ମୀ,ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ସାମ୍ବାଦିକ, ଓ ଜନସାଧାରଣ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ରଣା ମଞ୍ଚ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

Leave A Reply

Your email address will not be published.