ଅଣତାଲିମ ପ୍ରାପ୍ତ ରେଡକ୍ରସ କାଉନସିଲର ମାନଙ୍କର ୩ଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ଅନ୍ତର୍ଗତ ପିଏମଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଇଣ୍ଡିଆନ ରେଡକ୍ରସ ଓଡିଶା ଶାଖା, ଜୁନିଅର ରେଡକ୍ରସ ସୋସାଇଟ ଭୁବନେଶ୍ୱର ଓ ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ଅଣ ତାଲିମ ପ୍ରାପ୍ତ ରେଡକ୍ରସ କାଉନସିଲର ମାନଙ୍କର ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ପିଏମଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ରେଡକ୍ରସ ମୁଖ୍ୟ ଅଧିକାରୀ ତଥା ଓଡ଼ଗାଁ ତହସିଲଦାର ଡ. ମାନସ ରଂଜନ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ‘ମାନବ ସେବା ହିଁ ମାଧବ ସେବା ‘ ଏହି ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ସମସ୍ତେ ମିଳିମିଶି ସେବା କରିବାକୁ ଆହ୍ବାନ ଦେଇଥିଲେ ।ସମୟ ଦାନ, ଅର୍ଥ ଦାନ, ଶ୍ରମ ଦାନ ସହିତ ସମସ୍ତ ସେବା ମୂଳକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ଏବଂ କେବଳ ଯୁଦ୍ଧ ଭୂମିରେ ନୁହେଁ ପ୍ରତ୍ୟେକ ସ୍ଥଳରେ ସମସ୍ତେ ଆତ୍ମବିଶ୍ୱାସ ସହିତ ନିଜର କାର୍ଯ୍ୟ ନିର୍ବାହ କଲେ ତାହାହିଁ ମାନବ କଲ୍ୟାଣ ପାଇଁ ଶ୍ରେଷ୍ଠତମ ସେବା ବୋଲି କହିଥିଲେ ।ଜିଲ୍ଲା ଶାରୀରିକ ନିରୀକ୍ଷକ ଅନିଲ କୁମାର ଦାସ ଜିଲ୍ଲା ଜୁନିଅର ରେଡକ୍ରସ ଘନଶ୍ୟାମ ରାଉତ ଯୋଗଦେଇ ରକ୍ତଦାନ ର ମହତ୍ତ୍ଵ, ଏଚଆଇଭି ଏଡ଼ସ ସଚେତନତା, ପ୍ରାଥମିକ ଚିକିତ୍ସା, ସଡକ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଶିକ୍ଷଣ ଦେଇଥିଲେ ।

ad-week
Leave A Reply

Your email address will not be published.