
ବ୍ରହ୍ମପୁର : ଅନ୍ଧପସରାରୋଡ଼ ସ୍ଥିତ ରୟାଲ ଫାର୍ମାସି କଲେଜ ସମିଳନୀ କକ୍ଷରେ ୧୯. ୧୧. ୨୦୨୫ତାରିଖ ବୁଧବାର ଅପହରାନ୍ନରେ ୬୪ତମ ଜାତୀୟ ଫାର୍ମାସି ସପ୍ତାହ ପାଳନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମକୁ କଲେଜର ଭାରପ୍ରାପ୍ତ ଅଧକ୍ଷ ପ୍ରଫେସର ଉମାଶଙ୍କର ମିଶ୍ର ପରିଚାଳନାକରିଥିଲେ। ୬୪ତମ ଫର୍ମାସୀ ସପ୍ତାହର ମୁଖ୍ୟ ପ୍ରସଙ୍ଗ ଥିଲା “Pharmacists as Advocates of Vaccination” ଏହି ଜାତୀୟ ଫାର୍ମାସି ସପ୍ତାହ ପ୍ରତିବର୍ଷ ଭାରତରେ ନଭେମ୍ବର ମାସର ତୃତୀୟ ସପ୍ତାହରେ ଅନୁଷ୍ଠିତ ହୋଇଥାଏ, ସେହିପରି ଏହି ବର୍ଷ ନଭେମ୍ବର ୧୬ତାରିଖ ଠାରୁ ୨୨ତାରିଖ ପଯ୍ୟନ୍ତଏହି ସପ୍ତାହ ପାଳନ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସରକାରଙ୍କ ପୂର୍ଵତନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ଡ଼ଃ. ବିଜୟ କୁମାର ପାଣିଗ୍ରାହୀ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଏଫ.ଏଫ.ଡି.ସି ର ନିର୍ଦେଶକ ଭି. ଭି. ରାମା ରାଓ ଏବଂ କଲେଜ ପରିଚାଳନା କମିଟି ଅଧକ୍ଷ ଡ଼ଃ. ଟି. ପ୍ରକାଶ ରାଓ ଓ RERS ର ସମ୍ପାଦକ ସାକା. ଶ୍ରୀକାନ୍ତ ପ୍ରମୁଖ ମଂଚାସୀନ ରହି ଜାତୀୟ ଫାର୍ମାସି ସପ୍ତାହର ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର/ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଉକ୍ତ ଜାତୀୟ ଫାର୍ମାସି ସପ୍ତାହ ପାଳନ କାର୍ଯ୍ୟକ୍ରମରେ ପ୍ରଫେସର ଅଞ୍ଜନ କୁମାର ମହାପାତ୍ର, ପ୍ରଫେସର ପ୍ରଶାନ୍ତ ଚୌଧୁରୀ, ପ୍ରଫେସର . କେ କେ.ଆପନ୍ନl ଚୌଧୁରୀ, ପ୍ରଫେସର ମଧୁସ୍ମିତା ଖଣ୍ଡେଇ, ଆସୋସିଏଟ ପ୍ରଫେସର ଆଶିଷ ସାହୁ, ଆସିଷ୍ଟାଣ୍ଟ ପ୍ରଫେସର କଳକି ରଞ୍ଜନ ପ୍ରିୟଦର୍ଶନୀ ଙ୍କ ସମେତ ଅଣ-ଶିକ୍ଷକ କର୍ମଚାରୀମାନେ ସହଯୋଗ କରିଥିଲେ। ଶେଷରେ ଆସିଷ୍ଟାଣ୍ଡ ପ୍ରଫେସର ଶୁଭମ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।