
ଭୁବନେଶ୍ବର: ଗାଁ ପଡିଆରେ ଅର୍ଦ୍ଧଦଗ୍ଧ ମୃତଦେହ । କୋଣାର୍କ ଥାନା ରଇତିସାହି ଗାଁ ପଡିଆରେ ପଡିଛି ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଗାଁ ଲୋକେ ଦେଖି କୋଣାର୍କ ପୋଲିସକୁ ଖବର ଦେଇଥିଲେ । ତେବେ ଯୁବକ ଜଣକ କିଏ ତାଙ୍କ ପରିଚୟ ମିଳିପାରିନାହିଁ । ତାଙ୍କ ପାଦରେ ଚପଲ ରହିଛି । ମୃତଦେହ ପାଖରେ ପଡିଛି ରକ୍ତଛିଟା । ମୃତଦେହ ପଡିଥିବା ସ୍ଥାନରେ କାର ଚକା ଚିହ୍ନ ରହିଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ।
ସନ୍ଦେହ ଘେରରେ ଧଳା କାର୍ । ସିସିଟିଭିରେ କଏଦ କାର ରାତି ପ୍ରାୟ ୧୨ଟା ୮ରେ ବାଲିଦୋକାନରୁ ତଣ୍ଡାହାର ପଟକୁ ଯାଉଥିବା ସିସିଟିଭିରେ କଏଦ ହୋଇଛି । କୋଣାର୍କରେ ଚାଞ୍ଚଲ୍ୟ । ରଇତିସାହି ଗାଁ ପଡିଆରେ ପଡିଛି ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଗାଁ ଲୋକେ ଦେଖି କୋଣାର୍କ ପୋଲିସକୁ ଖବର ଦେଇଥିଲେ । ତେବେ ଯୁବକ ଜଣକ କିଏ ତାଙ୍କ ପରିଚୟ ମିଳିପାରିନାହିଁ। ତାଙ୍କ ପାଦରେ ଚପଲ ରହିଛି । ମୃତଦେହ ପାଖରେ ପଡିଛି ରକ୍ତଛିଟା । ମୃତଦେହ ପଡିଥିବା ସ୍ଥାନରେ କାର ଚକା ଚିହ୍ନ ରହିଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରେ ଥିବା ସମସ୍ତ ସିସିଟିଭି ଯାଞ୍ଚ କରୁଛି । ସାଇଣ୍ଟିଫିିକ୍ ଟିମ୍ ପହଞ୍ଚିଲେ ଘଟଣାର ପ୍ରକୃତ ରହସ୍ୟ ଜଣାପଡିବ