
ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ । ୯ଟି ବିଭାଗର ୧୨ଟି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ । ଇସ୍ପାତ ଓ ଖଣି ବିଭାଗର ୨ଟି ପ୍ରସ୍ତାବ ଉପରେ ମୋହର । ଅର୍ଥ, ଆଇଟି ସମେତ ବିଭିନ୍ନ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ । SC/ST ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ବୃଦ୍ଧିକୁ କ୍ୟାବିନେଟର ମଞ୍ଜୁରୀ । ଓଡ଼ିଶାରେ ପ୍ରତିଷ୍ଠା ହେବ ଗ୍ଲୋବାଲ କାପାବିଲିଟି ସେଣ୍ଟର ।
କାପାବିଲିଟି ସେଣ୍ଟର ପାଇଁ ଆସିବ ହଜାରେ କୋଟିର ପୁଞ୍ଜିନିବେଶ । ଜଳ ପ୍ରଦୂଷଣ ନିୟମରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ରାଜ୍ଯ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ରଛାତ୍ରୀ ବୃତ୍ତି ବୃଦ୍ଧି ହେବ । ଜନଜାତୀ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଉଛି । ଏଣିକି ଛାତ୍ରଙ୍କୁ ୧୧ ହଜାର ଟଙ୍କା ବଦଳରେ ୧୬ ହଜାର ଟଙ୍କା ଏବଂ ଛାତ୍ରୀଙ୍କୁ ୧୭ ହଜାର ଟଙ୍କାର ବୃତ୍ତି ମିଳିବ ।
ରାଜ୍ୟରେ ବାଲି ଓ ପଥର ଖାଦନ ପାଇଁ ନିଲାମ ହେବ ନାହିଁ । ଏଣିକି ଇ-ଲଟେରୀ ମାଧ୍ୟରେ ଲିଜ୍ ପ୍ରଦାନ କରାଯିବ । ଲଘୁ ଖଣିଜ ସମ୍ପଦର ଆବଣ୍ଟନରେ ଏହି ନୂଆ ନିୟମକୁ ମଂଜୁରୀ ପ୍ରଦାନ କରିଛନ୍ତି କ୍ୟାବିନେଟ୍ । ଲଘୁ ଖଣିଜ ଉତ୍ସଗୁଡିକର ଆବଣ୍ଟନ ଏବଂ କାର୍ଯ୍ୟକ୍ଷମତାକୁ ତ୍ବରାନ୍ବିତ କରିବା ସହ ଯୋଗାଣ-ଚାହିଦା ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରିବା ଏବଂ ସୁଲଭ ମୂଲ୍ୟରେ ଲୁଘୁ ଖଣିଜ ଯୋଗାଣ ପାଇଁ ଏହି ନିଷ୍ପତ୍ତି ସହାୟାକ ହେବ ବୋଲି କୁହାଯାଉଛି । ଓଡ଼ିଶାରେ ୟୁନିଫର୍ମ ସେବାରେ ନିଯୁକ୍ତି ପରୀକ୍ଷା ପାଇଁ ଗୋଟିଏ ଆୟୋଗ ରହିବ । ଗଠନ ହେବ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ । ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗରେ ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ ଏହି ଆୟୋଗ ପରୀକ୍ଷା କରିବ ।
ଓଡ଼ିଶାରେ ପ୍ରତିଷ୍ଠା ହେବ ଗ୍ଲୋବାଲ କାପାବିଲିଟି ସେଣ୍ଟର । ପ୍ରାୟ ୧ ହଜାର କୋଟି ଟଙ୍କାର ନିବେଶ ଆସିବା ସମ୍ଭାବନା ରହିଛି । ଏଥିରେ ଓଡ଼ିଶାରେ ୫ଟି ଗ୍ଲୋବାଲ କାପାବିଲିଟି ସେଣ୍ଟର ହବ ହେବ । ଭୁବନେଶ୍ୱରର , କଟକ, ପୁରୀ, ପାରାଦୀପ, ବରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ହବ୍ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି ।